ସେବାଶ୍ରମରେ ଗରମ ଡାଲି ପଡ଼ି ଛାତ୍ର ମୃତ୍ୟୁ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ନିଲମ୍ବିତ

Advertisment

୩ ରୋଷେୟା ବହିଷ୍କୃତ, ଜଣେ ଅଟକ

୩ ରୋଷେୟା ବହିଷ୍କୃତ, ଜଣେ ଅଟକ

ସେବାଶ୍ରମରେ ଗରମ ଡାଲି ପଡ଼ି ଛାତ୍ର ମୃତ୍ୟୁ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ନିଲମ୍ବିତ

Ommcom News

କୋଇଡ଼ା: କୋଇଡ଼ା ବ୍ଲକ୍‌ ଅନ୍ତର୍ଗତ ଡେଙ୍ଗୁଳାସ୍ଥ ସେବାଶ୍ରମରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଆଦିବାସୀ ଉନ୍ନୟନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ କାର୍ମେଲା ବିଲୁଙ୍ଗ ଓ ବ୍ଲକ୍‌ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିକାଶ ରଞ୍ଜନ ନାଏକ ନିଲମ୍ଵିତ ହୋଇଛନ୍ତି। ଏହାସହ ପ୍ରଧାନ ଶିକ୍ଷୟିତ୍ରୀ କାର୍ମେଲଙ୍କୁ ମୁଖ୍ୟାଳୟ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ତଥା କୋଇଡ଼ା ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ବଣାଇ ଉପଜିଲ୍ଲାପାଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବା ଓ ମୁଖ୍ୟାଳୟ ଛାଡ଼ି ନ ଯିବା ପାଇଁ ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ବିଦ୍ୟାଳୟର ୩ ଜଣ ରୋଷେୟା ତାରିଣୀ ନାଏକ, କାର୍ତ୍ତିକ ନାଏକ ଓ ଧୀରେନ୍ଦ୍ର ରାଉତ ବହିଷ୍କୃତ ହୋଇଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଏତଲା କ୍ରମେ ପୁଲିସ ଏମାନଙ୍କ ଭିତରୁ ତାରିଣୀ ନାଏକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏସ୍‌ସିଏସ୍‌ଟି ବିଭାଗ ସଚିବ ତଥା କମିସନର ରୁପା ରୋଶନ ସାହୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି।

ସୂଚନାଯୋଗ୍ୟ, ଗତ ୬ ତାରିଖ (ସୋମବାର) ଦିନ ସେବାଶ୍ରମରେ ନିୟୋଜିତ ରୋଷେୟା ପିଲାମାନଙ୍କ ଭୋଜନ ପାଇଁ ରୋ‌ଷେଇ କରୁଥିଲେ। ଏହି ସମୟରେ ସେ ଡାଲିହଣ୍ଡା ଓହ୍ଲାଇବା ପାଇଁ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ଛାତ୍ର ଗେଲେଟ୍ ହାନନଗା(୧୪)ଙ୍କୁ ଡାକିଥିଲେ। ଚୁଲିରୁ ଗରମ ଡାଲିହଣ୍ଡା ଓହ୍ଲାଉଥିଲା ବେଳେ ଅଘଟଣ ଘଟିଥିଲା। ଛାତ୍ରଜଣକ ଗରମ ଡାଲିହଣ୍ଡା ଭାର ସମ୍ଭାଳି ନ ପାରିବାରୁ ଗରମ ଡାଲି ତାଙ୍କ ଉପରେ ଢାଳି ଯାଇଥିଲା। ତାଙ୍କୁ କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ୭ ତାରିଖରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe