ପୁରୀ: ରଥ ଟାଣିବା ପୂର୍ବରୁ ସେବାୟତମାନଙ୍କ କରୋନା ପରୀକ୍ଷା କରାଇବାକୁ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ନିର୍ଦେଶ ରହିଥିଲା। ଯେଉଁ ସେବାୟତମାନେ କୋଭିଡ଼ ଟେଷ୍ଟ କରାଇଥିବେ, ସେମାନଙ୍କୁ ରଥ ଟାଣିବାକୁ ଅନୁମତି ଦିଆଯିବ। ଏହି ପ୍ରକ୍ରିୟାରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେବାୟତମାନଙ୍କୁ ଡକାଇ କୋଭିଡ଼ ଟେଷ୍ଟ କରାଯାଇଥିଲା। ମାତ୍ର ଏତେ ସବୁ ପରିଶ୍ରମ ପ୍ରଶାସନର ପାଣିରେ ପଡ଼ିଥିବା ଅଭିଯୋଗ ହେଉଛି। ଆଜି ଦିନ ଦ୍ବି ପ୍ରହରରେ ବଡ଼ଦାଣ୍ଡରେ ପ୍ରଶାସନିକ ଅଧିକାରୀମାନଙ୍କ ସମ୍ମୁଖରେ ଅନେକ ଅଣସେବାୟତ ସେବାୟତ ବେଶରେ ରଥ ଟାଣୁଥିବାର ଦେଖିବାକୁ ମିଳିଥିଲା। ଆଜି ତିନିଟି ଯାକ ରଥରେ ଏହିଭଳି ସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଶାସନର ଏଭଳି ଅବହେଳା କାଳେ ପଦାରେ ପଡ଼ିଯିବ ସେଥିପାଇଁ ଗଣମାଧ୍ୟମକୁ ବଡ଼ଦାଣ୍ଡରୁ ଦୂରରେ ରଖିବାକୁ ଚେଷ୍ଟା କରାଯାଇଥିଲା ବୋଲି ଚର୍ଚ୍ଚା ହେଉଛି।
ସେବାୟତ ବେଶରେ ପଶିଲେ ଅଣ ସେବାୟତ, ପ୍ରଶାସନ ଆଖି ବୁଜିଦେଲା
Advertisment
Follow Us