ହସ୍ପିଟାଲ କର୍ମଚାରୀଙ୍କ ଚରମ ଦାୟିତ୍ୱହୀନତା : ଗର୍ଭନିରୋଧକ କପର-ଟି ଖୋଲିବାବେଳେ ଔଷଧ ବଦଳରେ ଏସିଡ ଢାଳିଦେଲେ

ମହିଳା ଗୁରୁତର, ପିଆରଏମରେ ଭର୍ତ୍ତି, ଦୋଷ ମାନୁଛନ୍ତି କର୍ମଚାରୀ

ବିବାହ ଉତ୍ସବରେ ପୂର୍ବତନ ପ୍ରେମିକ ଉପରକୁ ଏସିଡ୍‌ ମାଡ଼ କଲେ ମହିଳା

India TV News

ବାରିପଦା : ହସ୍ପିଟାଲ କର୍ମଚାରୀଙ୍କ ଚରମ ଅବହେଳା। ଜଣେ ମହିଳାଙ୍କର ଗର୍ଭନିରୋଧକ କପର-ଟି ଖୋଲିବାବେଳେ ଔଷଧ ବଦଳରେ ଏସିଡ ଢାଳିଦେଲେ । ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ହୋଇ ମହିଳା ଜଣକ ଚିକିତ୍ସା ନିମନ୍ତେ ବାରିପଦାସ୍ଥିତ ପିଆରଏମ ହସ୍ପିଟାଲର ସର୍ଜରି ବିଭାଗରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି ଖୁଣ୍ଟା ବ୍ଲକ ଅନ୍ତର୍ଗତ ଗଡିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ। ପୀଡିତା ମହିଳା ଜଣଙ୍କ ହେଉଛନ୍ତି ଖୁଣ୍ଟା ବ୍ଲକ ଉଦଳା ଥାନା ଅନ୍ତର୍ଗତ ବୃନ୍ଦାଗଡ଼ି ଗ୍ରାମର ଶାନ୍ତିଲତା ରାଉତ(୨୧)।

publive-image

ସୂଚନା ଅନୁସାରେ  ପୀଡିତ ମହିଳାଙ୍କୁ ତାଙ୍କ ସ୍ୱାମୀ ମାନସ କୁମାର ନାୟକ ଆଜି ପୂର୍ବାହ୍ନରେ ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ୮ ମାସ ତଳେ ବ୍ୟବହାର ହୋଇଥିବା ଉକ୍ତ କପର ଟିକୁ ବାହାର କରିବାକୁ ଆଣିଥିଲେ। ସେଠାରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ଜଣଙ୍କ ମହିଳାଙ୍କ ଶରୀରରୁ ଉକ୍ତ କପର ଟିକୁ ବାହାର କରିଥିଲେ। ମାତ୍ର ତ୍ରୁଟିପୂର୍ଣ୍ଣ ଭାବେ କପର ଟି ବାହାର କରିବା ପରେ ଔଷଧ ବଦଳରେ ଏସିଡ ବ୍ୟବହାର କରିଦେଇଥିଲେ। ଏନେଇ ମହିଳା ଜଣଙ୍କ ଯନ୍ତ୍ରଣା ହେଉଥିବା ଅଭିଯୋଗ ମଧ୍ୟ କରିଥିଲେ। ତେବେ ଏହି ପ୍ରକ୍ରିୟାରେ ଯନ୍ତ୍ରଣା ହେଉଥିବା ସ୍ୱାସ୍ଥ୍ୟ କର୍ମଚାରୀ ଜଣଙ୍କ ମହିଳାଙ୍କ ସ୍ୱାମୀଙ୍କୁ କହିଥିଲେ। ତେବେ ଅସହ୍ୟ ଯନ୍ତ୍ରଣାରେ ମହିଳା ଜଣଙ୍କ ଚିତ୍କାର କରିବାରୁ ଔଷଧ ବଦଳରେ ଏସିଡ ବ୍ୟବହାର ହୋଇଥିବା ଜଣାପଡିଥିଲା। ଏପରି ତ୍ରୁଟିକୁ ଉକ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଜଣଙ୍କ ସ୍ଵୀକାର କରିଥିବା ପୀଡ଼ିତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତି।

ପ୍ରଥମେ ହସ୍ପିଟାଲ ନେଇ ଚିକିତ୍ସା କରି ଭଲ ହେଇଗଲେ ଖର୍ଚ୍ଚ ଦିଆଯିବ କହି ମହିଳାଙ୍କୁ ବାରିପଦା ପଠାଇଥିଲେ ଉକ୍ତ କର୍ମଚାରୀ। ଏହି ତ୍ରୁଟିପୂର୍ଣ୍ଣ ଘଟଣା କାରଣରୁ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗ ସମେତ ଶରୀର କଳା ପଡି ବିକୃତ ହୋଇଥିବା ପ୍ରକାଶ। ଏହି ଘଟଣା ସମ୍ପର୍କରେ ଜାଣିଥିବା ସିଡ଼ିଏମଓ ଡ଼.ରୂପଭାନୁ ମିଶ୍ର ସୂଚନା ଦେଇଛନ୍ତି। ଏ ନେଇ ଏକ ତଦନ୍ତ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ପୀଡିତା ମହିଳାଙ୍କ ନିକଟରେ ବାରିପଦା ବିଧାୟକ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ତେବେ ଏପରି ଚରମ ଅବହେଳାକୁ ଦୃଢ଼ ନିନ୍ଦା କରାଯାଇଛି। ଘଟଣାରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ପୀଡିତା ମହିଳାଙ୍କୁ କ୍ଷତିପୂରଣ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe