ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ବାଘୁଆସାହିରେ ଦନ୍ତା ହାତୀ ଆକ୍ରମଣରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଉଭୟ ବାଡ଼ିପଟକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିବା ହେତୁ ଏଭଳି ଅଭାବନୀୟ ଘଟଣା ଘଟିଛି।
ଦୁଇ ମୃତକ ହେଲେ ମଙ୍ଗୁଳୁ ସାମଲଙ୍କ ସ୍ତ୍ରୀ ପୁଟି ବେୱା ଓ ନବକିଶୋର ମାଝୀଙ୍କ ସ୍ତ୍ରୀ ଅଗରୀ ମାଝୀ। ଦୁହେଁ ସକାଳ ସମୟରେ ନିଜ ବଗିଚାକୁ କାମ କରିବାକୁ ଯାଇଥିବା ବେଳେ ଦନ୍ତା ହାତୀ ସେମାନଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ଏହାର ପ୍ରତିବାଦରେ ପୁରୁଣା କଟକ- ସମ୍ବଲପୁର ରାସ୍ତାର ଦୁଦୁରକୋଟ ତାରିଣୀ ଛକରେ ସ୍ଥାନୀୟ ଜନସାଧାରଣ ଟାୟାର ଜଳି ରାସ୍ତାରୋକ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe