୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ: ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା ପାସ୍ ହାର

Advertisment
ଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା: ବୋର୍ଡ ପକ୍ଷରୁ ଜାରି ହେଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ, ଜାଣନ୍ତୁ ଶିକ୍ଷକ-ଅଭିଭାବକ

ଖୋର୍ଦ୍ଧା: ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ୍ (ବିଏସ୍ଇ)ର ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ପୂର୍ବବର୍ଷ ତୁଳନାରେ ପାସ୍ ହାରରେ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ସାମାନ୍ୟ ଉନ୍ନତି କରି ଦ୍ୱିତୀୟ ସ୍ଥାନରେ ପହଂଚିଛି । ପୂର୍ବବର୍ଷ ରେଗୁଲାର ପାସ୍ ହାର ୯୩.୮୨ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ୯୭.୪୮ ପ୍ରତିଶତ ରହିଛି । ଏହାବ୍ୟତୀତ ପାସ୍ ହାରରେ ସମଗ୍ର ରାଜ୍ୟରେ ୯୭.୯୯ ପ୍ରତିଶତ ରଖି ପ୍ରଥମ ସ୍ଥାନରେ କଟକ ଓ ଜଗତସିଂହପୁର ଜିଲ୍ଲା ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି ।

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଚଳିତ ବର୍ଷ ଖୋର୍ଦ୍ଧାର ୩୩୩ଟି ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ୨୬୩୮୦ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୩୦୨ଜଣ ପରୀକ୍ଷା ସମୟରେ ଅନୁପସ୍ଥିତ ରହିଥିବା ବେଳେ ୯ ଜଣ କପି କରି ଧରାପଡ଼ିଥିଲେ । ପରୀକ୍ଷା ଦେଇଥିବା ୨୬୦୬୯ଜଣଙ୍କ ମଧ୍ୟରୁ ୨୫୭୧୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି, ଅର୍ଥାତ୍ ପାସ୍ ହାର ୯୭.୪୮ ପ୍ରତିଶତ ରହିଛି । ସେମାନଙ୍କ ମଧ୍ୟରୁ ଏ-୧ରେ ୨୮୮ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ-୨ରେ ୧୪୬୨ଜଣ, ବି-୧ରେ ୩୩୯୯, ବି-୨ରେ ୫୬୦୦, ସି ଗ୍ରେଡ୍ରେ ୬୧୬୩, ଡି ଗ୍ରେଡ୍ରେ ୫୨୪୯, ଇ ଗ୍ରେଡ୍ରେ ୩୫୫୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ରୀମାନଙ୍କ ଅପେକ୍ଷା ଛାତ୍ରମାନେ ଅଧିକ ସଂଖ୍ୟାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପୂର୍ବବର୍ଷ ୧୩,୭୪୩ଜଣ ଛାତ୍ର ଓ ୧୩୦୩୦ଜଣ ଛାତ୍ରୀ ପାସ୍ କରିଥିବା ବେଳେ ଚଳିତ ବର୍ଷ ୧୩୧୮୪ଜଣ ଛାତ୍ର ଓ ୧୨୫୩୦ଜଣ ଛାତ୍ରୀ ପାସ୍ କରିଛନ୍ତି । ଏକ୍ସରେଗୁଲାର୍ରେ ୬୨ଟି ବିଦ୍ୟାଳୟର ୯୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୨ଜଣ ଅର୍ଥାତ୍ ୬୯.୩୧ ପ୍ରତିଶତ ପାସ୍ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe