ଭୁବନେଶ୍ୱର: ବିଶାଖାପାଟ୍ଟନମର ଜନୈକ ଖଣି ମାଲିକ ଖଣିଜ ପଦାର୍ଥ ଯୋଗାଇ ଦେବାକୁ କହି ସ୍ୱସ୍ତିକ ଅଗ୍ରୋ ପ୍ରଡକ୍ଟସ୍ ପ୍ରାଇଭେଟ ଲିମିଟେଡ ଠାରୁ ୨କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୪୨୦/୪୬୭/୪୭୧/୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିବା ପରେ ମଙ୍ଗଳବାର କୋର୍ଟ ଚାଲାଣ କରିଛି।
ପ୍ରକାଶ ଯେ ସ୍ୱସ୍ତିକ ଅଗ୍ରୋ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍ଡି କାଶିନାଥ ଭଟ୍ଟ ବିଶାଖାପାଟ୍ଟନମର ଏକ ଖଣି ସଂସ୍ଥା ମ୍ୟାଜେଷ୍ଟିକ ମାଇନ୍ସ ଆଣ୍ଡ ମିନେରାଲ୍ସର ମାଲିକ ରାଜେଶ ଚୌଧୁରୀଙ୍କ ବିରୋଧରେ ଭୁବନେଶ୍ୱର କ୍ୟାପିଟାଲ ପୁଲିସ ଷ୍ଟେସନରେ ଗତ ୦୯.୦୯.୨୦୧୭ରେ ଏକ ଠକେଇ ମାମଲା ରୁଜ୍ଜୁ କରିଥିଲେ। ସେ ମାମଲାରେ ଦର୍ଶାଇ ଥିଲେ କି ରାଜେଶ ଚୌଧୁରୀ ଖଣିଜ ପଦାର୍ଥ ଯୋଗାଣ ଲାଗି ୨କୋଟି ଟଙ୍କା ଠକି ନେଇଛନ୍ତି। ଏହାପରେ ଘଟଣାର ତଦନ୍ତ କରି କ୍ୟାପିଟାଲ ଥାନା ପୁଲିସ ରାଜେଶଙ୍କୁ ବିଶାଖାପାଟ୍ଟନମରୁ ଗିରଫ କରିଥିଲା।
Follow Us