ଭୁବନେଶ୍ବର: ପୁରୀ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ନୂଆ ଜିଲ୍ଲାପାଳ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ବିଦାୟୀ ୩ ପୂର୍ବତନ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚପ୍ରଶଂସା କରିଛନ୍ତି। କେନ୍ଦ୍ରାପଡ଼ାର ପୂର୍ବତନ ଜିଲ୍ଲାପାଳ ଦାଶରଥୀ ଶତପଥୀ, ପୁରୀର ପୂର୍ବତନ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଓ ଖୋର୍ଦ୍ଧାର ପୂର୍ବତନ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ସେମାନଙ୍କ ନୂଆ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିେଲ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ବାତ୍ୟା ଫନି ସମୟରେ ସେମାନେ ଦକ୍ଷତାର ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିବାରୁ ଅନେକ ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରିଥିଲା। ବାତ୍ୟା ପରିଚାଳନାରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି।
୩ ବିଦାୟୀ ଜିଲ୍ଲାପାଳଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
Advertisment
Follow Us