୩୦୨ କ୍ଷତିଗ୍ରସ୍ତ ଡାକ୍ତରଖାନା ପୁନରୁଦ୍ଧାର

Advertisment

୧୯୪୬ ଆସନ୍ନ ପ୍ରସବାଙ୍କ ମଧ୍ୟରୁ ୩୭୧ଜଣଙ୍କ ସୁରକ୍ଷିତ ପ୍ରସବ, ୫ ଜିଲ୍ଲାରେ କାର୍ଯ୍ୟ କରୁଛି ୭୦୩ଟି ମେଡିକାଲ ରିଲିଫ୍ କେନ୍ଦ୍ର

୧୯୪୬ ଆସନ୍ନ ପ୍ରସବାଙ୍କ ମଧ୍ୟରୁ ୩୭୧ଜଣଙ୍କ ସୁରକ୍ଷିତ ପ୍ରସବ, ୫ ଜିଲ୍ଲାରେ କାର୍ଯ୍ୟ କରୁଛି ୭୦୩ଟି ମେଡିକାଲ ରିଲିଫ୍ କେନ୍ଦ୍ର

୩୦୨ କ୍ଷତିଗ୍ରସ୍ତ ଡାକ୍ତରଖାନା ପୁନରୁଦ୍ଧାର

ଭୁବନେଶ୍ବର : ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୦୩୧ ଡାକ୍ତରଖାନା ମଧ୍ୟରୁ ୩୭୧ ଡାକ୍ତରଖାନାର ପୁନରୁଦ୍ଧାର ହୋଇଛି। ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକର ସ୍ଥିତି ସ୍ବାଭାବିକ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।

ବାତ୍ୟା ଓ ଏହାର ପରବର୍ତୀ ସ୍ବାସ୍ଥ୍ୟସେବା ନେଇ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ସମୀକ୍ଷାରେ ବାତ୍ୟାରେ ସର୍ବାଧିକ ୫ଟି କ୍ଷତିଗ୍ରସ୍ତ ଜିଲ୍ଲା ଉପରେ ଗୁରୁତ୍ବ ଦିଆଯାଇଥିଲା। ପୁରୀ, ଖୋର୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେସୁଦ୍ଧା ୭୦୩ଟି ମେଡିକାଲ ରିଲିଫ୍ କେନ୍ଦ୍ର କାର୍ଯ୍ୟ କରୁଛି। ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ୧୯୪୫ ଆସନ୍ନ ପ୍ରସବାଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭୧ଜଣଙ୍କ ସୁରକ୍ଷିତ ପ୍ରସବ ହୋଇଛି। ସାମାନ୍ୟ ଆହତ ହୋଇଥିବା ୯୯୩୦ ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ସମସ୍ତ ସ୍ବାସ୍ଥ୍ୟାନୁଷ୍ଠାନରେ ଯଥେଷ୍ଟ ପରିମାଣ ଔଷଧ ମହଜୁଦ ରହିଛି। କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକୁ ୪୩ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ରୋଗ ସର୍ବେଣକ୍ଷ ନେଇ ପଠାଯାଇଛି। କଟକରେ ୩୯, ଜଗତସିଂହପୁରରେ ୩୭, କେନ୍ଦ୍ରାପଡ଼ାରେ ୨୩, ଖୋର୍ଧାରେ ୪୧ ଓ ପୁରୀରେ ୫୯ଟି ମେଡିକାଲ ଟିମ୍ ମୁତୟନ ହୋଇଛନ୍ତି। ଜଳ ବିଶୋଧନ ଲାଗି ଖୋଲାରେ ଥିବା ପାନୀୟଜଳ ଉତ୍ସଗୁଡ଼ିକର ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି। କ୍ଷତିଗ୍ରସ୍ତ ୫ଜିଲ୍ଲାର ୧୨୩୧ଟି ଜଳଉତ୍ସକୁ ଆଜି ସୁଦ୍ଧା ବିଶୋଧନ କରାଯାଇଥିବା ସୂଚନା ମିଳିଛି। ବାତ୍ୟା ପରବର୍ତୀ ସ୍ବାସ୍ଥ୍ୟ ସୂଚନାକୁ ବ୍ୟାପକ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।

ବୈଠକରେ ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ, ସ୍ବତନ୍ତ୍ର ସଚିବ ଡା.ବି.କେ ବ୍ରହ୍ମା ଓ ଲିଙ୍ଗରାଜ ମିଶ୍ର, ସ୍ବତନ୍ତ୍ର ସଚିବ ଶରତ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe