୪ ଜିଲ୍ଲା ଦାଦନ ପ୍ରବଣ

Advertisment
ଗରିବ କଲ୍ୟାଣ ଯୋଜନାରେ ଯୋଡ଼ିହେଲା ଭଦ୍ରକ, ଜିଲ୍ଲାର ବେରୋଜଗାରକୁ ମିଳିବ କାମ

sambad

ଭୁବନେଶ୍ବର: ମନରେଗା ଯୋଜନା ଅଧୀନ‌େର ରାଜ୍ୟର ଚାରିଟି ଜିଲ୍ଲାକୁ ଦାଦନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ବରଗଡ଼। ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ତଥ୍ୟ ଦେଇଛନ୍ତି। କିନ୍ତୁ ଦାଦନ ଚାଲାଣ ବନ୍ଦ କରିବା ପାଇଁ କି କି ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରାଯାଇଛି, ତାହାର ତଥ୍ୟ ପଞ୍ଚାୟତିରାଜ ବିଭାଗରେ ନାହିଁ। ଏ ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି, ସଂପୃକ୍ତ ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣ ବନ୍ଦ ନିମନ୍ତେ କି କି ନିର୍ଦ୍ଦିଷ୍ଟ ଯୋଜନା କିମ୍ବା ଦୀର୍ଘମିଆଦି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି ଓ କାର୍ଯ୍ୟଖସଡ଼ା ଆଧାରରେ କେଉଁ ବର୍ଷ କି କି କାର୍ଯ୍ୟ କରାଯାଇ ଦାଦନ ଚାଲାଣ ହ୍ରାସ କରାଯାଇଛି, ତାହାର ସବିଶେଷ ତଥ୍ୟ ସଂପୃକ୍ତ ଜିଲ୍ଲାମାନଙ୍କ ଠାରୁ ହସ୍ତଗତ ହେଲା ପରେ ପ୍ରଦାନ କରାଯିବ। ଏହିସବୁ ଦାଦନ ପ୍ରବଣ ତଥା ମରୁଡ଼ି ପ୍ରପୀଡ଼ିତ ଜିଲ୍ଲାମାନଙ୍କରେ ଦାଦନ ଶ୍ରମିକ ଚାଲାଣ ବନ୍ଦ କରିବା ନିମନ୍ତେ ସରକାରଙ୍କ ତରଫରୁ ଅତି କମ୍‌ରେ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବା ସହିତ ଅତିରିକ୍ତ ୫୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହା ବାଦ୍ ଜଳ ସଂରକ୍ଷଣ ଓ ମରୁଡ଼ି ପ୍ରତି‌େରାଧ ପ୍ରକଳ୍ପଗୁଡ଼ିକୁ ହାତକୁ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe