୭ ଦିନ ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିଲା

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ବାଲେଶ୍ୱର: ବାଲେଶ୍ବର ଟାଉନ୍‌ହଲ୍‌ ନିକଟ ବାଗବୃନ୍ଦାବନ ପୋଖରୀର ଦଳ ସଫେଇ ସମୟରେ ନିଖୋଜ ହୋଇଯାଇଥିବା ଯୁବକଙ୍କ ମୃତଦେହ ସାତଦିନ ପରେ ଉଦ୍ଧାର କରାଯାଇଛି। ଆଜି ଅପରାହ୍ନ ସମୟରେ ଉକ୍ତ ପୋଖରୀରେ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏନ୍‌ଡିଆର୍‌ଏଫ୍‌କୁ ଖବର ଦିଆଯାଇଥିବା ବେଳେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାଯାଇଛି। ‌

ତେବେ ମୃତ ଯୁବକ ନୀଳଗିରି ଅଯୋଧ୍ୟା ଅଞ୍ଚଳର କାର୍ତ୍ତିକ ସିଂ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ; ପୋଖରୀ ମାଲିକ ପୋଖରୀରେ ଦଳ ସଫା କରିବା ପାଇଁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଠିକାରେ ଦେଇଥିଲେ। ଠିକା ନେଇଥିବା ବ୍ୟକ୍ତି ଜଣକ ମଜୁରି ଜରିଆରେ ଗତ ୧୦ ତାରିଖରେ ପୋଖରୀରେ ଦଳ ସଫା କରୁଥିଲେ। ଦଳ ସଫା ସମୟରେ କାର୍ତ୍ତିକ ପୋଖରୀରେ ନିଖୋଜ ହେଇଯାଇଥିଲେ। ପରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଖୋଜାଖୋଜି କରିଥିଲେ ବି ଯୁବକଙ୍କର ପତ୍ତା ମିଳି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe