ଖରାଦିନେ ପାନୀୟ ଜଳ ସମସ୍ୟାକୁ ଆଖିରେ ରଖି ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ, ଜାରି ହେଲା ଟୋଲ୍-ଫ୍ରି ନମ୍ବର

Advertisment
୯ଟି ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପ ସହାୟତାରେ ୧୦୨ଟି ଗ୍ରାମ ପଞ୍ଚାୟତକୁ ଜଳ ଯୋଗାଣ

Ommcom News

ଭୁବନେଶ୍ବର: ଖରା ଦିନ ପାଣି ସମସ୍ୟାକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର। ଖରା ଦିନେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜଳ ଯୋଗାଣ ଦାୟିତ୍ଵରେ ଥିବା ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ‌ହୋଇଥିବା ସୂଚନା ରହିଛି। ଏଥିସହିତ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଜଣାଇବା ପାଇଁ ୩ଟି ଟୋଲ୍-ଫ୍ରି ନମ୍ବର ଜାରି କରାଯାଇଛି। ଗ୍ରାମାଞ୍ଚଳ ପାଇଁ ୧୯୧୬, ସହରାଞ୍ଚଳ ପାଇଁ ୧୫୫୩୫୯ ଓ ୧୮୦୦୩୪୫୬୭୮୩ ନମ୍ବର ଜାରି କରାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ୧୧୪ଟି ପୌରାଞ୍ଚଳରେ ୬୫୦ଟି ସ୍ଥାନରେ ପାନୀୟ ଜଳର ଉତ୍କଟ ସମସ୍ୟା ରହିଛି। ଏଗୁଡ଼ିକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି। ଗୁରୁତ୍ୱର ସହ ଏହି ଅଞ୍ଚଳରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ୧୧୪ଟି ପୌରାଞ୍ଚଳରେ ନଳକୂପ ମରାମତି ପାଇଁ ୧୬୧ଟି ସ୍ବତନ୍ତ୍ର ସ୍କ୍ବାଡ  ପ୍ରସ୍ତୁତ ଅଛନ୍ତି। ୧୧୪ଟି ପୌରାଞ୍ଚଳରେ ୧୫୬ଟି କଣ୍ଟ୍ରୋଲ ରୁମ୍‌ ଓ ମୋ ସରକାର ସେଲ ଖୋଲାଯାଇଛି। ଏହି ସେଲ ୨୪ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରିବ।

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରତି ଶନିବାର ବ୍ଲକ୍ ସ୍ତରରେ ଓ ପ୍ରତି ମଙ୍ଗଳବାର ଜିଲା ସ୍ତରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଅଚଳାବସ୍ଥାରେ ଥିବା ସୌର ଚାଳିତ ପମ୍ପଯୁକ୍ତ ନଳକୂପଗୁଡ଼ିକୁ ପନ୍ଦର ଦିନ ଭିତରେ ମରାମତି କରିବାକୁ ଓରେଡାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe