ଛତିଶଗଡ଼ରୁ ଆସିଲା ତାଜା ଚିତ୍ର: ମହାନଦୀ ଆଜି ପୁଣି ଫୁଲିବା ନେଇ ଆଶଙ୍କା

Advertisment
ଛତିଶଗଡ଼ରୁ ଆସିଲା ତାଜା ଚିତ୍ର: ମହାନଦୀ ଆଜି ପୁଣି ଫୁଲିବା ନେଇ ଆଶଙ୍କା

ଭୁବନେଶ୍ବର: ଓଡ଼ିଶା ଓ ଛତିଶଗଡ଼ ଜଳ ବିବାଦ ମାମଲା ପ୍ରସଙ୍ଗରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ମଧ୍ୟରେ ଆଲୋଚନା ହେବ ବୋଲି ଜଣାଯାଇଛି। ଆଜି ଅପରାହ୍ଣ ୪ଟାରେ ଭିଡିଓ କନଫରେନ୍ଂ ଜରିଆରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଜଳ ପରିଚାଳନା ନେଇ ଏଥିରେ ଆଲୋଚନା କରାଯିବ ବୋଲି ଜଣାଯାଇଛି।

ଏଣେ ଛତିଶଗଡ଼ରୁ ଆସିଛି ବର୍ଷା ଓ ବନ୍ୟା ନେଇ ତାଜା ଚିତ୍ର। ଛତିଶଗଡ଼ରେ ପାଗ ସଫା ରହିଛି। ଜାଂଜଗିର ଚାମ୍ପା ଓ ରାୟଗଡ଼ ବଲୋଦାବାଜାର ଆଦି ଜିଲ୍ଲାରେ ବର୍ଷାର ପରିମାଣ କମ୍ ରହିଛି। ଶିଓରୀ ନାରାୟଣ ପୋଲ ତଳକୁ ବନ୍ୟା ଜଳ ଖସିଛି। ତେବେ ପୋଲ ଦେଇ ଯାତାୟତ ଲାଗି ଅନୁମତି ଦେଇନି ଜାଂଜଗିରି ଚାମ୍ପା ଜିଲ୍ଲା ପ୍ରଶାସନ। ତେବେ ମହାନଦୀ ଉପର ମୁଣ୍ଡ ଅର୍ଥାତ ଧମତରି, ରାୟପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଜଳସେଚନ ଲାଗି ଉଦ୍ଦିଷ୍ଟ ସମସ୍ତ ଛୋଟ ବଡ଼ ଜଳଭଣ୍ଡାରର ବନ୍ୟାଜଳ ନିଷ୍କାସନ କରା ଯାଉଛି। ବିଶେଷ କରି ଶିହଓ୍ବା ଗାଂଗରେଲ ଆଦି ଜଳ ଭଣ୍ଡାରର ବନ୍ୟାଜଳ ସିଧାସଳଖ ମହାନଦୀରେ ଛଡ଼ା ଯାଉଛି।

ସେହିପରି ରବି ଶଙ୍କର ଡ୍ୟାମ ସୋଂଢୁର ଡ୍ୟାମରୁ ୭୦୦୦୦ କ୍ୟୁସେକ ପାଣି ଛଡ଼ା ଯାଉଛି। ସେହିପରି ମହାନଦୀରେ ଥିବା ଘୁମରିଆ ବ୍ୟାରେଜ, ମୋଗରା ବ୍ୟାରେଜ, ସୁଖା ନାଲା ବ୍ୟାରେଜରେ ପ୍ରାୟ ୭୦ ହଜାର କ୍ୟୁସେକ ପାଣି ଶିବନାଥ ନଦୀ ଦେଇ ମହାନଦୀରେ ମିଶୁଛି। ଆଉ ଏହି ଛୋଟ ବଡ ଡ୍ୟାମ ଓ ବ୍ୟାରେଜର ପ୍ରାୟ ଅଢେଇ ଲକ୍ଷ କ୍ୟୁସେକ ପାଣି ମହାନଦୀରେ ପ୍ରବେଶ କରୁଛି। ଆଉ ମହାନଦୀ ଆଜି ପୁଣି ଫୁଲିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତାଜା ବୁଲେଟିନ୍ ଜାରି କରି ଜିଲ୍ଲାପାଳ ଓ ଜଳ ସମ୍ପଦ ବିଭାଗକୁ ଆଲର୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe