ଦ୍ୱିତୀୟ ସପ୍ତାହରେ ବର୍ଷା, କୁଆପଥର ମାଡ଼ ହେବା ସମ୍ଭାବନା

Advertisment

ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ଘନ କୁହୁଡ଼ି

ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ଘନ କୁହୁଡ଼ି

ଅସ୍ବାଭାବିକ ପାଗ: ଶୀତ ନାହିଁ, ଗରମ ବଢ଼ୁଛି

Dailyhunt

ଭୁବନେଶ୍ୱର : ଜାନୁଆରି ଦ୍ବିତୀୟ ସପ୍ତାହରେ ଓଡ଼ିଶାର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଜାନୁଆରି ୯ ଓ ୧୨ରେ ପଶ୍ଚିମ ଓଡ଼ିଶାରେ ଏବଂ ଉତ୍ତର ଓ ଉପକୂଳ ଓଡ଼ିଶାରେ ୧୦ ଓ ୧୪ ତାରିଖ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୦ରୁ ୧୪ ମଧ୍ୟରେ ଉତ୍ତର ଓଡ଼ିଶାରେ ଅନୁରୂପ ବୃଷ୍ଟିପାତ ହୋଇପାରେ। ୧୧ରୁ ୧୪ ତାରିଖ ମଧ୍ୟରେ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ କିମ୍ବା କୁଆପଥର ମାଡ଼ ହେବା ନେଇ ସୋଆସ୍ଥିତ ପରିବେଶ ଓ ଜଳବାୟୁ କେନ୍ଦ୍ର(ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

publive-image

ଆହୁରି କୁହାଯାଇଛି ଯେ ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ବର୍ଷା ହେବ। ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବ। ବୁଧବାର କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି। ଜାନୁଆରି ୫ ରାତିରୁ ତାପମାତ୍ରା ବୃଦ୍ଧି ପାଇବ ଏବଂ ୧୫ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୭ ତାରିଖ ସକାଳ ପର୍ଯ୍ୟନ୍ତ ୧୦ଟି ଜିଲ୍ଲା ଘନ କୁହୁଡ଼ି ଲାଗିରହିବ। ତାହାକୁ ଦୃଷ୍ଟିରେ ରଖି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନବରଙ୍ଗପୁର, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ପରବର୍ତୀ ୩ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୦ ତାରିଖ ବେଳକୁ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe