‌ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରତିବାଦ: ପାୱାର୍ ହାଉସ୍ ଛକରେ ଗର୍ଜିଲା ବିଜେଡି

‌ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରତିବାଦ: ପାୱାର୍ ହାଉସ୍ ଛକରେ ଗର୍ଜିଲା ବିଜେଡି

ଭୁବନେଶ୍ୱର : ରନ୍ଧନ ଗ୍ୟାସ୍‌, ପେଟ୍ରୋଲ, ଡିଜେଲ ଓ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ରାଜଧାନୀ‌‌ରେ ଗର୍ଜିଛି ବିଜେଡି। ବିଜୁ ଯୁବ ଓ ଛାତ୍ର ଜନତା ଦଳର ହଜାର ହଜାର କର୍ମୀ ପାୱାର୍‌ ହାଉସ୍‌ ଛକ ନିକଟରେ ଧାରଣା ଦେବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ପ୍ରଣବ ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୌଭିକ ବିଶ୍ୱାଳ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। କହିଥିଲେ, ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଯୋଗୁଁ ରାଜ୍ୟର ସାଧାରଣ ଓ ଗରିବ ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ତେଣୁ ଦର ନ କମିଲେ, ବିଜେଡି ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ।

କାର୍ଯ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ, ଜିଲ୍ଲା ସଭାପତି ସମରେଶ ବେଉରା, ଏଲିନା ଦାସ, ଧୃତି ମାର୍ଥା, ଜ୍ୟୋତ୍ସ୍ନା ପରିଡ଼ା, ବିଜୟକେତନ ସାହୁ, ଶୁଭ୍ରାଂଶୁ ମିଶ୍ର, ସୋଫିଆ ଆଲମ୍‌, ସୁନୀଲ ପଣ୍ଡା, ରାକେଶ ରାମ, ତାରିଣୀ ପ୍ରସାଦ ନାୟକ, ଆଶିଷ ମିଶ୍ର, ମଧୁସ୍ମିତା ନାୟକ, ପାର୍ଥ ମୁଦୁଲି, ଗଣେଶ ମହାପାତ୍ର, ଶୁଭ୍ରଜିତ ପାଢ଼ୀ, ଯୋଗେଶ ଚନ୍ଦ୍ର ଜେନା, ଭୁବନେଶ୍ବର ଜୋନ୍‌ ସଭାପତି ଭଗବାନ ସାହୁ, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱଦୀପ୍ ପ୍ରଧାନ, ଭୁବନେଶ୍ବରରେ ଜୋନ୍‌ ଛାତ୍ର ସଭାପତି ଭଗବାନ ସାହୁ, ଭୁବନେଶ୍ବର ଜିଲ୍ଲା ଛାତ୍ର ସଭାପତି ସୁବାସ ସାହୁ ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe