India Today
ତିରୁପତି: ଅମ୍ଳଜାନ ଯୋଗାଣରେ ବିଳମ୍ବ ହେବାରୁ ଚାଲିଗଲା ୧୧ଜଣ କରୋନା ରୋଗୀଙ୍କ ଜୀବନ | ୫ମିନିଟ ପାଇଁ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି | ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ରୁଆ ହସ୍ପିଟାଲର ଆଇସିୟୁ ଭିତରେ ଅମ୍ଳଜାନ ଯୋଗାଣରେ ସମସ୍ୟା ହେତୁ ଅତି କମରେ ୧୧ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଚିତ୍ତୋର ଜିଲ୍ଲା କଲେକ୍ଟର ଏମ ହରି ନାରାୟଣନ କହିଛନ୍ତି।
ସେ କହିଛନ୍ତି ଯେ, ଅମ୍ଳଜାନ ସିଲିଣ୍ଡରକୁ ପୁନଃ ଲୋଡ୍ କରିବାରେ ପାଞ୍ଚ ମିନିଟର ବିଳମ୍ବ ହୋଇଥିଲା, ଯାହା ଦ୍ୱାରା ୧୧ଜଣଙ୍କ ମୃତ୍ୟୁ ଘଟିଛି | ପାଞ୍ଚ ମିନିଟ୍ ମଧ୍ୟରେ ଅମ୍ଳଜାନ ଯୋଗାଣ ପୁନଃ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସବୁକିଛି ସ୍ୱାଭାବିକ ହୋଇଛି |
Rediffmailଏହା ପୂର୍ବରୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୭ଜଣ କରୋନା ରୋଗୀଙ୍କର ଅମ୍ଳଜାନ ଅଭାବରୁ ମୃତ୍ୟୁ ହୋଇଥିଲା | ହାଇବାଦର କିଙ୍ଗ୍ କୋଟି ହସ୍ପିଟାଲକୁ ଅକ୍ସିଜେନ୍ ନେଇ ଆସୁଥିବା ଏକ ଟ୍ୟାଙ୍କର ବାଟ ପାଇନଥିଲା | ଏହି କାରଣରୁ ବିଳମ୍ବ ହେବାରୁ ୭ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି |
Follow Us