ଖୋର୍ଦ୍ଧା ଜିଲ୍ଲାରେ ୧,୨୮,୨୫୦ ଜଣ ୦-୫ ବର୍ଷ ଶିଶୁଙ୍କୁ ଦିଆଯିବ ପୋଲିଓ ଟିକା

ପୋଲିଓ ପ୍ରତିଷେଧକ ଓ କୋଭିଡ୍‌-୧୯ ଟିକାକରଣ ପାଇଁ ଟାସ୍କ ଫୋର୍ସର ଦ୍ୱିତୀୟ ବୈଠକ

ଖୋର୍ଦ୍ଧା ଜିଲ୍ଲାରେ ୧,୨୮,୨୫୦ ଜଣ ୦-୫ ବର୍ଷ ଶିଶୁଙ୍କୁ ଦିଆଯିବ ପୋଲିଓ ଟିକା

ଖୋର୍ଦ୍ଧା: ଜିଲ୍ଲାରେ ପୋଲିଓ ପ୍ରତିଷେଧକ ଓ କୋଭିଡ-୧୯ ଟିକାକରଣ ପାଇଁ ଟାସ୍କଫୋର୍ସର ଦ୍ୱିତୀୟ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି ପୋଲିଓ ପ୍ରତିଷେଧକ ଟିକା ସମ୍ପର୍କରେ ସୂଚନା ଦେଇ କହିଛନ୍ତିି ଯେ ଜିଲ୍ଲାରେ ଜାନୁଆରି ୧୭, ୧୮, ୧୯ ତିନି ଦିନ ଧରି ଟିକାକରଣ କାର୍ଯ୍ୟକ୍ରମ ଚାଲିବ ଜିଲ୍ଲାରେ ଭୁବନେଶ୍ୱର ମହାନଗର ନିଗମକୁ ଛାଡ଼ି ନବଜାତଙ୍କ ଠାରୁ ୫ ବର୍ଷର ଶିଶୁଙ୍କ ପକ୍ଷରୁ ୧ଲକ୍ଷ ୨୮ ହଜାର ୨୫୦ଜଣଙ୍କୁ ଏହି ଟିକା ପ୍ରଦାନ କରାଯିବା ଲକ୍ଷ୍ୟ ରହିଛି।

ଆସନ୍ତା ୧୭ ତାରିଖରେ ଟିକାକରଣ ପାଇଁ ଜିଲ୍ଲାରେ ୨୦୦ ପୋଲିଓ ବୁଥ ହେବ ବସଷ୍ଟାଣ୍ଡ, ରେଳଷ୍ଟେସନ, ଶ୍ରମିକଙ୍କ କର୍ମସ୍ଥଳୀରେ ଏହି ବୁଥ୍‌ ସ୍ଥାପିତ ହେବ। ଯେଉଁ ଶିଶୁ ୧୭ ତାରିଖରେ ପୋଲିଓ ଟିକା ନେଇନଥିବେ ସେମାନଙ୍କୁ ୧୮ ଓ ୧୯ ତାରିଖ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ପୋଲିଓ ପ୍ରତିଷେଧକ ଟିକା ପ୍ରଦାନ କରିବେ।

ସେହିଭଳି ଜିଲ୍ଲାର ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତିି ଯେ ନଭେମ୍ବର ୨୦୨୦ରୁ ଏହା ଆରମ୍ଭ ହୋଇଛି ଫେବ୍ରୁଆରି ୨୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏହି କାର୍ଯ୍ୟକ୍ରମରେ ଶିଶୁଙ୍କୁ ଯକ୍ଷ୍ମା, ଡିପ୍ଥେରିଆ, ଟିଟାନିସ, ମିଳିମିଳା, ରୁବେଲା ଓ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ ବୁଧବାର ଓ ଛୁଟିଦିନ ବ୍ୟତୀତ ଅନ୍ୟ ଦିନଗୁଡ଼ିକରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକା ମାଗଣାରେ ଶିଶୁଙ୍କୁ ଦିଆଯାଉଛି।

କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦ୍ୱାରିକାନାଥ ଶତପଥି କହିଛନ୍ତିି ଯେ ଜିଲ୍ଲାରେ (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ) ପ୍ରଥମ ପର୍ଯ୍ୟାୟରେ ୭୫୫୬ଜଣଙ୍କୁ କୋଭିଡ୍‌-୧୯ ଟିକା ପ୍ରଦାନ କରାଯିବ। ଏଥିପାଇଁ ଜିଲ୍ଲାର ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଏହି ଟିକା କରଣ କାର୍ଯ୍ୟକ୍ରମରେ ୭୫୫୬ ହେଲ୍ଥ କେୟାର୍‌ ୱାର୍କର, ୩୪୨ ଭାକ୍ସିନେଟର ସୁପରଭାଇଜର ନିୟୋଜିତ ହେବେ। ଏହାମଧ୍ୟରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଦୁଇଥର ହୋଇସାରିଛି । ବ୍ଲକସ୍ତରରେ ମଧ୍ୟ ଟାସ୍କ ଫୋର୍ସ କମିଟି ଗଠିତ ହୋଇଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡା ସୁନୀଲ କୁମାର ଦାସ, ଡିଆରଡିଏର ଅତିରିକ୍ତ ପିଡି ଶକ୍ତିକାନ୍ତ ରାୟ, ସରକାରୀ ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ର, ଡିପିଏମ୍‌ ଗୀତାଂଜଳି ଦାସଙ୍କ ସହ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଓ ଅନ୍ୟ ସହଯୋଗୀ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe