ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପାଇଁ ୨୦ଜଣଙ୍କ ନାଁ ସୁପାରିସ, ୩୧ ସୁଦ୍ଧା କେନ୍ଦ୍ରକୁ ପଠାଯିବ ତାଲିକା

ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପାଇଁ ୨୦ଜଣଙ୍କ  ନାଁ ସୁପାରିସ, ୩୧ ସୁଦ୍ଧା କେନ୍ଦ୍ରକୁ ପଠାଯିବ ତାଲିକା

ଭୁବନେଶ୍ବର : ନର୍ସିଂ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଉଥିବା ସମ୍ମାନଜନକ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପାଇଁ ୨୦ଜଣ ସେବିକାଙ୍କ ନାଁ ସୁପାରିସ କରାଯାଇଛି। ରାଜ୍ୟ ସରକାର ସେଥିରୁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବେ। ଚଳିତମାସ ୩୧ତାରିଖ ସୁଦ୍ଧା କେନ୍ଦ୍ରକୁ ଏହି ତାଲିକା ପଠାଯିବ। ରାଜ୍ୟରେ ପ୍ରଥମଥର ଲାଗି ଏତେ ସଂଖ୍ୟକ ସେବିକାଙ୍କ ନାଁ ପୁରସ୍କାର ପାଇଁ ସୁପାରିସ କରାଯାଇଥିବା ଜଣାପଡ଼ିଛି।

ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପାଇଁ ସବୁ ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ (ସିଡିଏମ୍‌ଓ)ଙ୍କୁ ସେବିକାମାନଙ୍କ ସଂପର୍କିତ ତଥ୍ୟ ମଗାଯାଇଥିଲା। ଉତ୍ତମ ରୋଗୀ ସେବା, ଅସ୍ତ୍ରୋପଚାରରେ ସହାୟତା, କୋଭିଡ କାମରେ ସାହାଯ୍ୟ ଭଳି ଅନେକ କ୍ଷେତ୍ରକୁ ବିଚାରକୁ ନେଇ ତାଲିକା ପ୍ରସ୍ତୁତ କରାଯାଇଥାଏ। ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାସ୍ତରରୁ ୨୨ଜଣଙ୍କ ନାଁ ଏଥିପାଇଁ ବିଭାଗକୁ ପଠାଯାଇଥିଲା। ତେବେ ସମୀକ୍ଷା ବୈଠକରେ ୨ଜଣଙ୍କୁ ବାଦ୍ ଦିଆଯାଇଛି। ଏହି ୨୦ଜଣଙ୍କ ମଧ୍ୟରୁ ୨ଜଣଙ୍କ ବିଶେଷ କାଗଜପତ୍ର ନ ଥିବାରୁ ଆଉ ଦୁଇଜଣ ବାଦ୍‌ ପଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କୁ ସୁପାରିଶ ହୋଇଥିବା ୨୦ଜଣଙ୍କ ମଧ୍ୟରୁ ସରକାର ନିର୍ଦ୍ଦିଷ୍ଟ ସଂଖ୍ୟା ସ୍ଥିର କରିପାରନ୍ତି। ଗତବର୍ଷ ରାଜ୍ୟରୁ ୫ଜଣଙ୍କ ନାଁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପାଇଁ କେନ୍ଦ୍ରକୁ ପଠାଯାଇଥିଲା। ତହିଁରୁ ୩ଜଣ ଏହି ପୁରସ୍କାର ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe