ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨,୦୦୦ କରୋନା ରୋଗୀଙ୍କ ମାଗଣା ଚିକିତ୍ସା ଏବଂ ୩୦୦୦ରୋଗୀଙ୍କ ମାଗଣା କୋଭିଡ-୧୯ ପରୀକ୍ଷା ହୋଇଛି

Advertisment
ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨,୦୦୦ କରୋନା ରୋଗୀଙ୍କ ମାଗଣା ଚିକିତ୍ସା ଏବଂ ୩୦୦୦ରୋଗୀଙ୍କ ମାଗଣା କୋଭିଡ-୧୯ ପରୀକ୍ଷା ହୋଇଛି

Consumer Reports

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଦେଢ଼ ମାସ ମଧ୍ୟରେ ଅତି କମରେ ୨,୦୦୦ କରୋନାଭାଇରସ୍ (କୋଭିଡ -୧୯) ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ମାଗଣାରେ ଚିକିତ୍ସା କରାଯାଇଛି। ଏହା ସହ ଏହି ଯୋଜନା ଅଧୀନରେ କୋଭିଡ -୧୯ ପାଇଁ ଅତି କମରେ ୩୦୦୦ ଲୋକଙ୍କର ମାଗଣାରେ ପରୀକ୍ଷା କରାଯାଇଥିବା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏକ ବିବୃତିରେ କହିଛି ।

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଗତ ମାସରେ କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରାୟ ୧,୫୦୦ ଅତିରିକ୍ତ ଡାକ୍ତରଖାନାକୁ ନିୟୋଜିତ କରିଛି ବୋଲି କର୍ତ୍ତୃପକ୍ଷ ବୁଧବାର ଘୋଷଣା କରିଛନ୍ତି। ହଠାତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଲେ, ତାହାର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ହେବାକୁ ଚାହୁଁଛୁ। ବର୍ତ୍ତମାନ ସୁଦ୍ଧା, ସାର୍ବଜନୀନ କ୍ଷେତ୍ର ଏହାର ଦାୟିତ୍ୱ ନେଉଛି କିନ୍ତୁ ଯଦି ହଠାତ ଆକ୍ରାନ୍ତଙ୍କ ସଂଖ୍ୟାରେ ଅସ୍ୱାଭାବିକ ବୃଦ୍ଧି ଘଟେ ତେବେ ଆମକୁ ଘରୋଇ କ୍ଷେତ୍ରର ଡାକ୍ତରଖାନାକୁ ମଧ୍ୟ ଏଥିରେ ସାମିଲ କରିବାକୁ ପଡିବ | ଏହି ତାଲିକାରେ ଅଧିକ ଡାକ୍ତରଖାନା ଯୋଡିବା ପାଇଁ ଆମେ ବର୍ତ୍ତମାନ ଏକ ଅଭିଯାନ ଆରମ୍ଭ କରିଛୁ ବୋଲି (ଆୟୁଷ୍ମାନ ଭାରତ) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦୁ ଭୂଷଣ କହିଛନ୍ତି।

At least 3,000 persons have also been tested cashless for Covid-19 under the scheme. hindustantimes

କର୍ତ୍ତୃପକ୍ଷ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଦ୍ୱାରା ଅନୁମୋଦିତ ହୋଇଥିବା ଘରୋଇ ଲାବୋରେଟୋରୀକୁ ମଧ୍ୟ କୋଭିଡ -୧୯ ପରୀକ୍ଷଣ ପାଇଁ ଯୋଡିବା ପ୍ରକ୍ରିୟା ଯୋଜନାରେ ଥିବା କହିଛନ୍ତି। କୋଭିଡ -୧୯ର ସଂକ୍ରମଣ ବଢିବା ପରେ ଏହାର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହାର ସମସ୍ତ ୫୩ କୋଟି ହିତାଧିକାରୀଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ମାଗଣାରେ ପରୀକ୍ଷା ଏବଂ ଚିକିତ୍ସା ବ୍ୟବସ୍ଥା କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏକ ବିବୃତିରେ କହିଛି ଯେ, ୨,୧୩୨ଜଣ ଲୋକ ଏହି ଯୋଜନାର ଲାଭ ଉଠାଇଛନ୍ତି ଏବଂ ଏବେ ସେମାନଙ୍କର ଚିକିତ୍ସା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe