ମଣିପୁରରୁ ଫେରିଲେ ୨୧ ଓଡ଼ିଆ ଛାତ୍ରଛାତ୍ରୀ

Advertisment
ମଣିପୁରରୁ ଫେରିଲେ ୨୧ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ବର : ମଣିପୁରରେ ଜାତିଗତ ହିଂସାରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୨୧ଜଣ ଛାତ୍ରଛାତ୍ରୀ ଓଡ଼ିଶା ଫେରିଛନ୍ତି। ମଣିପୁରର ଇମ୍ଫାଲରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଏହି ୨୧ଜଣ ଛାତ୍ରଛାତ୍ରୀ କୋଲକତା ଆସିବା ପରେ ସେଠାରୁ ବିମାନରେ ଭୁବନେଶ୍ବର ଆସିଛନ୍ତି। ଫେରିବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା।

ମଣିପୁରରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାବେଳେ ରବିବାର ପ୍ରଥମ ପର୍ଯ୍ୟାୟରେ ୧୦ଜଣ ଛା‌ତ୍ରଛାତ୍ରୀ ଫେରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe