ମଧ୍ୟପ୍ରଦେଶ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨୨ ଛୁଇଁଲା, ମୃତକ ପରିବାରକୁ ପିଏନ୍‌ଆର୍‌ଏଫ୍‌ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା

Advertisment
ମଧ୍ୟପ୍ରଦେଶ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨୨ ଛୁଇଁଲା, ମୃତକ ପରିବାରକୁ ପିଏନ୍‌ଆର୍‌ଏଫ୍‌ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା

www.ndtv.com

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନରେ ଘଟିଥିବା ବସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୨ ଛୁଇଁଲାଣି। ଏ ନେଇ ମଧ୍ୟପ୍ରଦେଶର ରାଜ୍ୟ ଗୃହ ମନ୍ତ୍ରୀ ନରତ୍ତୋମ ମିଶ୍ର ସୂଚନା ଦେଇଛନ୍ତି। ତେବେ ଦୁର୍ଘଟଣା ଘଟିବା ମାତ୍ରକେ ସ୍ଥାନୀୟ ଲୋକଙ୍କ ତତ୍ପରତା ହେତୁ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ବି ମୃତ୍ୟୁ ସଂଖ୍ୟାକୁ ରୋକି ହୋଇନାହିଁ। ଚକିତ୍ସାଧୀନ ଅବସ୍ଥାରେ ବି ଅନେକ ଆହତଙ୍କ ଜୀବନ ଗଲାଣି।

ତେବେ ଏହି ଦୁର୍ଘଟଣାରେ ମୃତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନେସ୍‌ନାଲ୍‌ ରିଲିଫ୍‌ ଫଣ୍ଡ୍‌ (ପିଏନ୍‌ଆର୍‌ଏଫ୍‌) ପକ୍ଷରୁ ୨ ଲକ୍ଷ ଲେଖାଏ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଟଙ୍କା ପ୍ରଦାନ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ରାଜ୍ୟ ସରକାର ମୃତକଙ୍କ ପରିବାର ସକାଶେ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଘୋଷଣା କରିଥିବା ବେଳେ ସାମାନ୍ୟ ଆହତଙ୍କ ପାଇଁ ୨୫ ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି।

ଖାର୍ଗୋନସ୍ଥିତ ଏକ ପୋଲ‌ରେ ବସ୍‌ଟି ଯାଉଥିବା ବେଳେ ପୋଲ ତଳକୁ ଖସି ପଡ଼ିବା ପରେ ସକାଳ ୧୦.୩୦  ସୁଦ୍ଧା ବସ୍‌ରେ ଥିବା ୧୫  ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ‌‌ହୋଇଥିଲେ। ଜାଣିବାକୁ ମିଳିଛି ଯେ ଏହି ବସ୍‌ରେ ସମୁଦାୟ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ତେବେ ଏବେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବଢ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe