ବସକୁ ପଛପଟୁ ପିଟିଲା ଟ୍ରକ୍ : ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ, ୯ ଗୁରୁତର

ବସକୁ ପଛପଟୁ ପିଟିଲା ଟ୍ରକ୍ : ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ, ୯ ଗୁରୁତର

ବାଲୁଗାଁ: ବାଲୁଗାଁ ବାଇପାସରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଛିଡ଼ା ହୋଇଥିବା ବସକୁ ପଛପଟୁ ଟ୍ରକ୍ ପିଟିବା ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୯ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ମା’ ତାରିଣୀ ଦର୍ଶନ ସାରି ଫେରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍ ରାତି ପ୍ରାୟ ୩ଟା ବେଳେ ବାଲୁଗାଁ ବାଇପାସରେ ଅଟକିଥିଲା। ସେଠାରେ କେତେକ  ଯାତ୍ରୀ ଓ ଚାଳକ ପ୍ରମୁଖ ବସରୁ ଓହ୍ଲାଇ ଚା’ ପିଉଥିଲେ। ଏହି ସମୟରେ ଏକ ଟ୍ରକ୍ ଉକ୍ତ ବସକୁ ପଛପଟୁ ଟ୍ରକ୍ ପିଟିବା ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା। ଏହାଛଡ଼ା ୯ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ବ୍ରହ୍ମପୁରର ଏମକେସିଜିରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe