ହନୁମାନ ପଇସା ପାଇଁ ୩ ଜଣଙ୍କୁ ଅପହରଣ!

Advertisment
ହନୁମାନ ପଇସା ପାଇଁ ୩ ଜଣଙ୍କୁ ଅପହରଣ!

ଯାଜପୁର/ବିଂଝାରପୁର/ଚଣ୍ଡିଖୋଲ : ହନୁମାନ ପଇସା ପାଇଁ ଜିଲ୍ଲାରେ ଆଜି ଦୁଇ ଦୁଇଟି ବଡ଼ଧରଣର ଅପହରଣ ଘଟଣା ଘଟିଛି। ଏହି ଘଟଣା ଆଜି ଯାଜପୁର ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବଡ଼ଚଣା ଥାନାର ମହାବିନାୟକଙ୍କ ନିକଟରୁ ଜଣେ ବ୍ୟକ୍ତିଙ୍କୁ କେତେକ ଦୁର୍ବୃତ୍ତ ଉଠାଇ ନେଇଛନ୍ତି। ପୁଲିସ ଘଟଣା ସଂପର୍କରେ ଛାନଭିନ୍‌ ଚଳାଇଥିଲେ ହେଁ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଯୁବକଙ୍କ ନାମ ଓ ତଦନ୍ତକୁ ଗୁପ୍ତ ରଖିଛି। ସେହିପରି ହନୁମାନ ପଇସା ପାଇଁ ବିଂଝାରପୁର ଥାନା ଅନ୍ତର୍ଗତ ପ୍ରୀତିପୁରର ଗୋପବନ୍ଧୁ ନଗର ଛକରୁ ଯୁବ ଠିକାଦାର ପ୍ରଦୀପ ବେହେରା(୨୮) ଓ ତାଙ୍କ ସାଙ୍ଗ ଟେଲର୍‌ ଶ୍ୟାମସୁନ୍ଦର ବାରିକ(୩୫)ଙ୍କୁ ଆଜି ରାତି ପ୍ରାୟ ସାଡ଼େ ୯ଟା ବେଳେ ଦୁର୍ବୃତ୍ତମାନେ ଅପହରଣ କରିନେଇଛନ୍ତି। ଏ ସଂପର୍କରେ ଥାନା ଅଧିକାରୀ ଅସିତ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି ଫୋନ୍‌ରେ ଖବର ମିଳିଛି। ବିଧବଦ୍ଧ ଏତଲା ହୋଇ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe