ଜବତ ହେଲା ୮୫୦୦ ବୋତଲ କଫ୍‌ ସିରପ୍‌, ୪ ନିଶା ବେପାରୀ ଗିରଫ

Advertisment

୨ କାର୍‌, ୪ ମୋବାଇଲ‌୍‌ ଜବତ

୨ କାର୍‌, ୪ ମୋବାଇଲ‌୍‌ ଜବତ

ଜବତ ହେଲା ୮୫୦୦ ବୋତଲ କଫ୍‌ ସିରପ୍‌, ୪ ନିଶା ବେପାରୀ ଗିରଫ

ଭୁବନେଶ୍ବର/ପୁରୀ: ଆଜି ମଙ୍ଗଳାଘାଟ ବ୍ରିଜ୍‌ ନିକଟରେ ଚେକିଂ ବେଳେ ବାସେଳିସାହି ଥାନା ପୁଲିସ ୮୫୦୦ ବୋତଲ କଫ୍‌ ସିରପ ସହ ୪ଜଣ ବେପାରୀଙ୍କୁ ଗିରଫ କରିଛି। ସେମାନେ ଆସିଥିବା ଦୁଇଟି କାର୍‌ ଓଡି୦୨ୟୁ-୭୦୦୬ ଏବଂ ଓଡି୦୨ଏଜି-୧୦୯୪, ୪ଟି ମୋବାଇଲ୍‌, ୧୦ ହଜାର ୩୦୦ ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ବ୍ୟକ୍ତିମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଇଲାକାର ମୃତ୍ୟୁଞ୍ଜୟ ସାହୁ(୩୦), ଭୁବନେଶ୍ବର ଲିଙ୍ଗରାଜ ଥାନା ଅନ୍ତର୍ଗତ ଗ୍ୟାରେଜ୍‌ ଛକର ଦେବାଶିଷ ରାୟପିତମ୍‌(୪୨), ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ବଗିଚାର ମନୋଜ ଭୂୟାଁ ଏବଂ ପୁରୀ ପିପିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁରର ଜ୍ୟୋତିଷ କୁମାର କାନୁନଗୋ(୪୩)।

ଏହି ଔଷଧ ବେଆଇନ ଭାବେ ଚାଲାଣ କରାଯାଉଥିବା ଯାଞ୍ଚରୁ ଜଣାପଡ଼ିଛି। ଏନେଇ ବାସେଳିସାହି ଥାନାରେ ଏସ୍ଆଇ ବିପ୍ଳବ ପ୍ରଧାନଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୁଶାନ୍ତ ବେହେରା ଏହି ଚାରି ଜଣ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ପୂର୍ବାହ୍ନ ପ୍ରାୟ ୯ଟା ୪୫ ମିନିଟ୍‌ ସମୟରେ ମଙ୍ଗଳାଘାଟ ବ୍ରିଜ୍‌ ନିକଟରେ ଭୁବନେଶ୍ବର ଆଡ଼ୁ ଆସୁଥିବା କାର୍‌ ଦୁଇଟିକୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ସେଥିରେ ଚାରି ଜଣ ଲୋକ ବସିଥିବା ବେଳେ ଦଶଟି ଜରି ଅଖାରେ ପ୍ରାୟ ୩ ହଜାର ୫୦୦ଟି ଶହେ ମିଲିଲିଟରର କଫ୍‌ ସିରଫ ଥିଲା। ସେମାନଙ୍କୁ ପଚରାଉଚରା ପରେ ମନୋଜ ଘରେ ବିପୁଳ ପରିମାଣର କଫ୍‌ ସିରପ ଥିବା ପୁଲିସ ଜାଣିବାକୁ ପାଇଥିଲା। ତା’ ଘର ଉପରେ ଚଢ଼ଉ କରି ଆଉ ୫ ହଜାର ବୋତଲ କଫ୍‌ ସିରପ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe