୨୪ ଘଣ୍ଟାରେ ୪୦ ଜଣଙ୍କ କରୋନାରେ ମୃତ୍ୟୁ

Advertisment
୨୪ ଘଣ୍ଟାରେ ୪୦ ଜଣଙ୍କ କରୋନାରେ ମୃତ୍ୟୁ

World Health Organization (WHO)

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭,୧୭୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଦେଶରେ ୩୬୨ ମାମଲା କମ୍‌ ରହିଛି। ଗୁରୁବାର ଦିନ ଦେଶରେ କରୋନା ସଂକ୍ରମଣ ୭,୫୩୩ ଥିଲା। ଦେଶରେ ସକ୍ରିୟ ସଂକ୍ରମଣ ୫୧,୩୧୪କୁ କମିଯାଇଛି। ଗତ ୨୪ ଘଣ୍ଟାରେ ୪୦ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୩୧,୫୦୮ରେ ପହଞ୍ଚିଛି। କେରଳ ଏହାର ପୂର୍ବ ୧୫ଟି ମୃତ୍ୟୁକୁ ନୂଆ ତଥ୍ୟରେ ଯୋଡ଼ିଛି।

ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪.୪୯ କୋଟି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୧୧ ପ୍ରତିଶତ। ଦେଶରେ ଦୈନିକ ପଜିଟିଭ ହାର ୩.୬୯ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୪.୭୨ ପ୍ରତିଶତ। ଦେଶରେ ମୋଟ୍‌ ୯୨.୬୪ କୋଟି କରୋନା ଟେଷ୍ଟ୍‌ କରାଯାଇଛି। ଗତ ୨୪ ଘଣ୍ଟାରେ ୧,୯୪,୧୩୪ କରୋନା ଟେଷ୍ଟ୍‌ କରାଯାଇଛି। ମନ୍ତ୍ରାଳୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୩,୮୭୫ ଡୋଜ୍‌ ଟିକା ଦିଆଯାଇଛି। ଦେଶରେ ଆରୋଗ୍ୟ ହାର ୯୮.୭୦ ପ୍ରତିଶତ। ଇତିମଧ୍ୟରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏକ୍ସବିବି୧.୧୬ ପ୍ରଜାତି ଲୋକଙ୍କ ରୋଗପ୍ରତିରୋଧକ ଶକ୍ତିକୁ ଫାଙ୍କି ଦେଉଛି। ତେଣୁ ଆଗାମୀ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe