ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଭୁବନେଶ୍ବର ଓ ଭଦ୍ରକରେ ୪୮ ଘଣ୍ଟିଆ ସଂପୂର୍ଣ୍ଣ ‘ସଟଡାଉନ୍’

Advertisment
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଭୁବନେଶ୍ବର ଓ ଭଦ୍ରକରେ ୪୮ ଘଣ୍ଟିଆ ସଂପୂର୍ଣ୍ଣ ‘ସଟଡାଉନ୍’

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ରାତି ୮ଟା ଠାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଭୁବନେଶ୍ବର ଓ ଭଦ୍ରକ ସହରରେ ୪୮ ଘଣ୍ଟିଆ ସଂପୂର୍ଣ୍ଣ ‘ସଟଡାଉନ୍’ ଜାରି କରାଯିବ ବୋଲି ଘୋଷଣା କରାଯାଇଛି। ରାଜ୍ୟର ମୁଖ୍ୟସଚିବ ଅସିତ ତ୍ରିପାଠୀ ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଏହି ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ଏଇ ୨ଟି ସହରରେ ଆଜି ରାତି ୮ରୁ ରବିବାର ରାତି ୮ଟା ଯାଏ ସମ୍ପୂର୍ଣ୍ଣ ସଟ୍‌ଡାଉନ ହେବ। ଏହି ୪୮ ଘଣ୍ଟା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବି ବନ୍ଦ ରହିବ। ତେବେ ମାଲ୍‌ ପରିବହନ ନେଇ କୌଣସି କଟକଣା ରହିବ ନାହିଁ। ସଟ୍‌ଡାଉନ ବେଳେ  ଲକ୍‌ଡାଉନ ଲାଗି ଜାରି ହୋଇଥିବା ସମସ୍ତ ପାସ୍ ବାତିଲ୍ କରାଯିବ। ଅତ୍ୟାବଶ୍ୟକୀୟ ସେବାରେ ଥିବା ବ୍ୟକ୍ତଙ୍କୁ ସ୍ବତନ୍ତ୍ର ସଟଡାଉନ୍ ପାସ ଜାରି କରାଯିବ ବୋଲି ମୁଖ୍ୟସଚିବ ଅସିତ ତ୍ରିପାଠୀ ସ୍ପଷ୍ଟ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ପୁଲିସ ଡିଜିପି ଅଭୟ କହିଛନ୍ତି ଏହି ସଟଡାଉନ୍ ଏକ ପ୍ରକାର କର୍ଫ୍ୟୁ। ଏହି ୪୮ ଘଣ୍ଟା ଭିତରେ ଗ୍ରୋସରି, ପରିବା, ମାଛ ଓ ମାଂସ ଦୋକାନ ବନ୍ଦ ରହିବ। କେବଳ ଆବଶ୍ୟକ ସଂଖ୍ୟକ ମେଡିସିନ ଷ୍ଟୋର ଖୋଲିବ। ଏହି ନିଷ୍ପତ୍ତି ନେବେ ସ୍ଥାନୀୟ ଜିଲ୍ଲାପାଳ। ସେହିପରି ସ୍ବାସ୍ଥ୍ୟ ସେବା ବି କଟକଣା ମୁକ୍ତ ହେବନି। ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ହେଲେ ଡାକ୍ତରଖାନା ଯାଆନ୍ତୁ ନାହିଁ। ଆମ୍ବୁଲାନ୍ସକୁ ଫୋନ କରି ଡାକ୍ତରଖାନା ଯାଇହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe