ରାଜ୍ୟରେ ଅପରାହ୍‌ଣ ୩ ସୁଦ୍ଧା ୪୯.୭୭% ମତଦାନ: ବାଲେଶ୍ବରରେ ସର୍ବାଧିକ, ଭଦ୍ରକରେ ସର୍ବନିମ୍ନ ଭୋଟିଂ

Advertisment
ରାଜ୍ୟରେ ଅପରାହ୍‌ଣ ୩ ସୁଦ୍ଧା ୪୯.୭୭% ମତଦାନ: ବାଲେଶ୍ବରରେ ସର୍ବାଧିକ, ଭଦ୍ରକରେ ସର୍ବନିମ୍ନ ଭୋଟିଂ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜ୍ୟରେ ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଲୋକସଭା କ୍ଷେତ୍ର ଏବଂ ଏହାର ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଜାରି ରହିଛି। ଅପରାହ୍‌ଣ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ବର ଲୋକସଭା କ୍ଷେତ୍ରରେ ୫୪.୦୪ ପ୍ରତିଶତ ମତଦାନ ହୋଇଛି। ସେହିପରି ଭଦ୍ରକରେ ୪୬.୩୩, ଜଗତସିଂହପୁରରେ ୫୨.୫୨ ଯାଜପୁରରେ ୪୮.୮୦, କେନ୍ଦ୍ରାପଡ଼ାରେ ୪୬.୪୬ ଓ ମୟୂରଭଂଜରେ ୫୧.୦୩ ପ୍ରତିଶତ ମତଦାନ ହୋଇଛି।

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଆରମ୍ଭରୁ କିଛି ସ୍ଥାନରେ ଇଭିଏମ୍‌ ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା। କିନ୍ତୁ ‌ପରେ ପୁଣି ଏହା ସାଧାରଣ ହୋଇଥିଲା। ସାଲେପୁର ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ନିର୍ବାଚନୀ ହିଂସା ଘଟିଛି । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଠେଙ୍ଗାରେ ପିଟିଲେ ବିଜେଡି ସମର୍ଥକ। ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଥ୍ କ୍ୟାପଚରିଂ କରିବାକୁ ବିରୋଧ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe