ବିସ୍ଫୋରଣସ୍ଥଳରୁ ମିଳିଥିବା ମାଂସଖଣ୍ଡର ଡିଏନ୍‌ଏ ଟେଷ୍ଟ୍ କରାଯିବ, ଜଣଙ୍କର ପତ୍ତା ମିଳୁନି : ସିପି

Advertisment
ବିସ୍ଫୋରଣସ୍ଥଳରୁ  ମିଳିଥିବା ମାଂସଖଣ୍ଡର ଡିଏନ୍‌ଏ ଟେଷ୍ଟ୍ କରାଯିବ, ଜଣଙ୍କର ପତ୍ତା ମିଳୁନି : ସିପି

ଭୁବନେଶ୍ବର: ପେଟ୍ରୋଲ୍‌ ଟାଙ୍କି ଅଗ୍ନିକାଣ୍ଡ ଘଟଣାରେ ଜଣେ ନିରୁଦ୍ଦିଷ୍ଟ ଥିବା କଥା ପ୍ରକାଶ କରିଛନ୍ତି ପୁଲିସ୍‌ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ। ଆଜି ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ‌ଯେ ଦୁର୍ଘଟଣା ସମୟରେ ପେଟ୍ରୋଲ ଟାଙ୍କିରେ ୪ ଜଣ କାମ କରୁଥିଲେ। ଏହି କର୍ମଚାରୀମାନଙ୍କୁ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ନିୟ‌ୋଜିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଆଜି କଟକ ଏସ୍‌ସିବିରେ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଅନ୍ୟ ଜଣେ ଚିକିତ୍ସତ ହେଉଛନ୍ତି। ସେହିଭଳି ଆଉ ଜଣେ ସୁରକ୍ଷିତ ଥିବା ବେଳେ ପୁଲିସ ତାଙ୍କ ସହ ଯୋଗାଯୋଗରେ ରହିଥିବା କମିସନର ପ୍ରକାଶ କରିଛନ୍ତି। ତେବେ ଏହି ୪ ଜଣଙ୍କ ମଧ୍ୟରୁ ଜଣଙ୍କର ପତ୍ତା ମିଳୁନାହିଁ। ତେଣେ ପୁଲିସ ତାଙ୍କୁ ନିରୁଦ୍ଦିଷ୍ଟ ବୋଲି ଗ୍ରହଣ କରିଛି।

publive-image

ଏଥିସହ ସେ କହିଥିଲେ ଯେ ଘଟଣାସ୍ଥଳରୁ ମିଳିଥିବା ଶରୀର ଅଂଶ (ମାଂସଖଣ୍ଡ) କୁ ଫୋରେନ୍ସିକ୍‌ ପରୀକ୍ଷା ଲାଗି ପଠାଯାଇଛି। ଯଦି ଫୋରେନ୍ସିକ୍‌ ପରୀକ୍ଷାରୁ ମୃତକଙ୍କ ପରିଚୟ ସଂପର୍କରେ ସୂଚନା ନ ମିଳେ ତେବେ ଡିଏନ୍‌ଏ ଟେଷ୍ଟ୍‌ କରାଯିବ। ଏହା ଫଳରେ ଶରୀରର ଅଂଶ କାହାର ତାହା ସ୍ପଷ୍ଟ ହୋଇଯିବ।

publive-image

ପରବର୍ତ୍ତୀ ତଦନ୍ତ ନେଇ କମିସନର ପ୍ରକାଶ କରିଥିଲେ ଯେ ବର୍ତ୍ତମାନ ଟାଙ୍କିରେ ପେଟ୍ରୋଲ୍‌ ମହଜୁଦ୍‌ ଅଛି। ପେଟ୍ରୋଲ୍‌ ସ୍ଥାନାନ୍ତର ହୋଇ ସାରିବା ପରେ ବିସ୍ଫୋରଣ ଯୋଗୁ ସୃଷ୍ଟି ହୋଇଥିବା ଗର୍ତ୍ତ ଓ ମାଟିସ୍ତୁପ ତଳେ କ’ଣ ରହିଛି ତାହା ଖୋଳାଯାଇ ଦେଖାଯିବ। ତା’ ମଧ୍ୟରେ ଶରୀର ଅଂଶ ଅଛି କି ନାହିଁ ପୁଲିସ୍‌ କୁକୁର ଲଗାଇ ଯାଞ୍ଚ୍‌ କରାଯିବ। ସଂପୂର୍ଣ୍ଣ ବୈଜ୍ଞାନିକ ପ୍ରଣାଳୀରେ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ୍‌ କମିସନର ଡ. ଷଢଙ୍ଗୀ ସାମ୍ବାଦିକଙ୍କୁ କହିଛନ୍ତି।

ଏହି ଘଟଣାର ତଦନ୍ତ ଭୁବନେଶ୍ବର ଡିସିପିଙ୍କ ତତ୍ତ୍ବ‌ାବଧାନରେ ଚାଲିଛି ଏବଂ ଅଧିକ ତଥ୍ୟ ସଂଗୃହୀତ ହେଲେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe