ଆଫ୍ରିଦିଙ୍କ ଚାପୁଡ଼ା ପରେ ଫିକ୍ସିଂ କଥା ମାନିଥିଲେ ଆମିର

Advertisment
ଆଫ୍ରିଦିଙ୍କ ଚାପୁଡ଼ା ପରେ ଫିକ୍ସିଂ କଥା ମାନିଥିଲେ ଆମିର

ଲାହୋର: ସେତେବେଳର ଦିନିକିଆ ଅଧିନାୟକ ସାହିଦ ଆଫ୍ରିଦିଙ୍କଠାରୁ ଏକ ଶକ୍ତ ଚାପୁଡ଼ା ଖାଇବା ପରେ ମ୍ୟାଚ୍ ଫିକ୍ସିଂରେ ସଂପୃକ୍ତ ଥିବା ଦ୍ରୁତ ବୋଲର ମହମ୍ମଦ ଆମିର ସ୍ବୀକାର କରିଥିଲେ। ଦିନେ ଆମେ ହୋଟେଲ ରୁମ୍‌ରେ ଥିଲା ବେଳେ ଆଫ୍ରିଦି ମୋତେ ବାହାରକୁ ଯିବା ପାଇଁ କହିଥିଲେ। ଏହା ପରେ ମୁଁ ଚାପୁଡ଼ା ଶବ୍ଦ ଶୁଣିଲି। ଆମିରଙ୍କୁ ପଚାରିବା ପରେ ସେ ମୋତେ ସବୁ କିଛି କହିଥିଲେ। ଫିକ୍ସିଂ କରିଥିବା ମଧ୍ୟ ସ୍ବୀକାର କରିଥିଲେ। ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ ଏହା କହିଛନ୍ତି। ଆମିରଙ୍କ ସହ ମହମ୍ମଦ ଆସିଫ ଏବଂ ସଲମାନ ବଟ୍ ଏବେ କ୍ରିକେଟ୍ ଦୁନିଆକୁ ଫେରିବା ନେଇ ରଜାକ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ସମାଲୋଚନା କରିଛନ୍ତି। ପିସିବି ପାକିସ୍ତାନର ନାଁ ଖରାପ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ୨୦୧୧ରେ ଆଇସିସି ବାସନ୍ଦାଦେଶ ପରେ ଏହି ତିନି ଜଣ ଖେଳାଳିଙ୍କୁ କାହିଁକି ପୁଣି ଖେଳିବାର ଅନୁମତି ଦିଆଗଲା ବୋଲି ରଜାକ ପ୍ରଶ୍ନ କରିଛନ୍ତି। ଲର୍ଡସ ଟେଷ୍ଟର ବିବାଦୀୟ ମ୍ୟାଚ୍ ଫିକ୍ସିଂ ଘଟଣା ପଦାକୁ ଆସିବା ପୂର୍ବରୁ ମଧ୍ୟ ବଟ୍ ୱେଷ୍ଟଇଣ୍ଡିଜରେ ମ୍ୟାଚ୍ ଫିକ୍ସିଂ କରିଥି‌ଲେ ବୋଲି ରଜାକ କହିଛନ୍ତି। ଆସିଫ୍ ଓ ବଟ୍ କ୍ରିକେଟକୁ ଫେରି ସାରିଥିଲା ବେଳେ ଆମିର ବୁଧବାରର ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପ୍ ମ୍ୟାଚ୍‌ରେ ପାଞ୍ଚ ୱିକେଟ୍ ସଫଳତା ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe