ଲୁଚି ଛପି ଫୋନ୍‌ କରି କାହା ସହିତ କଥା ହେଉଛନ୍ତି ଆଲିଆ ଭଟ୍ଟ ?

ଲୁଚି ଛପି ଫୋନ୍‌ କରି କାହା ସହିତ କଥା ହେଉଛନ୍ତି ଆଲିଆ ଭଟ୍ଟ ?

ମୁମ୍ବାଇ: ବଲିଉଡ଼୍‍ର ଲୋକପ୍ରିୟ ନାୟିକା ଆଲିଆ ଭଟ୍ଟଙ୍କ ନୂଆ ଫିଲ୍ମ ‘ରାଜି’ ଖୁବ୍‌ଶୀଘ୍ର ରିଲିଜ୍‌ ହେବ। ଏହାର ଟିଜର ଇତିମଧ୍ୟରେ ରିଲିଜ୍‌ ହୋଇସାରିଛି। ମାତ୍ର ୪୦ ସେକେଣ୍ଡର ଏହି ଟିଜରରେ ଆଲିଆଙ୍କୁ ବୁର୍ଖାରେ ଦେଖିବାକୁ ମିଳିଛି। ଏଥିରେ ଆଲିଆ ଭୟଭୀତ ଅବସ୍ଥାରେ ଲୁଚି ଛପି ଫୋନ୍‌ କରି କାହା ସହିତ କଥା ହେଉଛନ୍ତି। ସେ କହୁଛନ୍ତି ‘ହାଁ ମେଁ ରାଜି ହୁଁ’।ଏହାପରେ ସେ ଫୋନ୍‌ ରଖି ଦେଉଛନ୍ତି। ଆଲିଆ ନିଜର ସଂପୂର୍ଣ୍ଣ ଚେହେରାକୁ ବୁର୍ଖାରେ ଘୋଡ଼ାଇ ରଖିଛନ୍ତି। ଫିଲ୍ମର ଏହି ଟିଜର୍‌କୁ ନିଜେ ଆଲିଆ ଭଟ୍ଟ ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେଆର୍‌ କରିଛନ୍ତି।

publive-image photo-koimoi

ଫିଲ୍ମ ‘ରାଜି ’ର କାହାଣୀ ହରିନ୍ଦର ସିଂହଙ୍କ ଉପନ୍ୟାସ ‘କଲିଂଗ୍‌ ସହମତ୍‌’ଉପରେ ଆଧାରିତ। ‘ରାଜି’ଜଣେ କାଶ୍ମିରୀ ଯୁବତୀଙ୍କର ରିୟଲ୍‌ ଲାଇଫ୍‌ ଷ୍ଟୋରି ଉପରେ ଆଧାରିତ ପର୍ଯ୍ୟବସିତ। ୧୯୭୧ରେ ହୋଇଥିବା ଭାରତ-ପାକ୍‌ ଯୁଦ୍ଧ ସମୟରେ ଜଣେ ପାକିସ୍ତାନୀ ସେନା ଅଧିକାରୀଙ୍କୁ ବିବାହ କରିଛି ରାଜି। ଏହି ଫିଲ୍ମରେ ଭିକି ପାକିସ୍ତାନୀ ସେନା ଅଧିକାରୀ ଭୂମିକାରେ ଅଛନ୍ତି।
ଏହି ଫିଲ୍ମର ପ୍ରଯୋଜନା ମିଳିତଭାବେ ଧର୍ମା ପ୍ରଡ଼କସନ୍‌ସ ଓ ଜଙ୍ଗଲ ପିକ୍‌ଚର୍ସ କରୁଛନ୍ତି। ଏହାର ସୁଟିଂ କାଶ୍ମୀର,ପଞ୍ଜାବ ଓ ମୁମ୍ବାଇଠାରେ କରାଯାଇଛି। ଏହାର ନିର୍ଦ୍ଦେଶିକା ହେଲେ ମେଘନା ଗୁଲଜାର୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe