indiatoday
ମୁମ୍ବାଇ: ଜଣେ ୫୩ ବର୍ଷୀୟ ଇଣ୍ଟେରିଅର ଡିଜାଇନର ଓ ତାଙ୍କ ମାଆଙ୍କୁ ୨୦୧୮ ମସିହାରେ ଆତ୍ମହତ୍ୟା କରିବାକୁ ଉସକେଇଥିବା ଅଭିଯୋଗରେ ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ସମେତ ତିନି ଜଣଙ୍କୁ ମହାରାଷ୍ଟ୍ରର ରାଇଗଡ଼ ପୁଲିସ ଗିରଫ କରିଥିଲା। ଏବେ ମାମଲାର ଶୁଣାଣି କରି ମୁମ୍ବାଇର ଆଲିବାଗରେ ଥିବା ଏକ ଅଦାଲତ ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ତାଙ୍କ ସହ ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ଫିରୋଜ ସେଖ୍ ଓ ନୀତେଶ ସାରଦାଙ୍କୁ ମଧ୍ୟ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ନଭେମ୍ବର ୧୮ପର୍ଯ୍ୟନ୍ତ ୩ ଜଣଙ୍କୁ ନ୍ୟାୟିକ ହେପାଜତରେ ରଖି ପଚରାଉଚରା କରିବ ପୁଲିସ। ଅର୍ଣ୍ଣବ ଗୋସ୍ବାମୀଙ୍କ ଓକିଲଙ୍କ କହିବା ମୁତାବକ, ଅର୍ଣ୍ଣବ ଗୋସ୍ବାମୀ ଜାମିନ ପାଇଁ ଆବେଦନ କରିିଥିବା ବେଳେ ତଦନ୍ତ କରୁଥିବା ଅଫିସରଙ୍କୁ ଏ ନେଇ ଜବାବ ଦେବାକୁ କହିଛନ୍ତି ଆଲିବାଗ ଅଦାଲତ। ଅନ୍ୟ ପକ୍ଷରେ ଅର୍ଣ୍ଣବଙ୍କ ପକ୍ଷରୁ ରୁଜୁ ଏକ ମାମଲାର ଶୁଣାଣି କରିବେ ବମ୍ବେ ହାଇକୋର୍ଟ।
ସୂଚନାନୁଯାୟୀ, କନ୍କର୍ଡ ଡିଜାଇନ୍ ପ୍ରା.ଲି. ନାମକ ଏକ ଆର୍କିଟେକ୍ଟ ଫାର୍ମର ପରିଚାଳନା ନିର୍ଦ୍ଦେଶକ ଅନଭୟ ନାଏକଙ୍କର ଏକ ଷ୍ଟୁଡିଓ ନିର୍ମାଣ ବାବଦକୁ ଅର୍ଣ୍ଣବଙ୍କ ଠାରୁ ୮୩ ଲକ୍ଷ ଟଙ୍କା ପାଇବାକୁ ଥିଲା। ସେହିପରି ଅନ୍ୟ ଦୁଇଟି କମ୍ପାନି ଆଇକାଷ୍ଟ/ସ୍କାଇମିଡିଆ ଓ ସ୍ମାର୍ଟ ଵର୍କସ ମଧ୍ୟ ସେମାନଙ୍କ ବକେୟା ପରିଶୋଧ କରିନଥିଲେ। ଏହି ତିନି କମ୍ପାନି ମୋଟ ୫ କୋଟି ୪୦ ଲକ୍ଷ ଟଙ୍କା ବାକି ରଖିଥିଲେ।
Hindustan Times
Follow Us