ଜାଣନ୍ତୁ ଘିକୁଆଁରି ଆମର କେଉଁ କାମରେ ଆସେ?

Advertisment
ଜାଣନ୍ତୁ ଘିକୁଆଁରି ଆମର କେଉଁ କାମରେ ଆସେ?

photo- motherearthnews.com

ଘିକୁଆଁରି ଗଛ ଆମର ବାଡ଼ି ବଗିଚାରେ ପ୍ରାୟତଃ ଦେଖିବାକୁ ମିଳିଥାଏ। ହେଲେ ଆପଣ କ’ଣ ଜାଣନ୍ତି ଯେ ଏହା ଖୁବ୍‌ ଉପକାରୀ। ଆସନ୍ତୁ ଜାଣିବା ଘିକୁଆଁରି ଆମର କେଉଁ କାମରେ ଆସେ।
ପ୍ରଥମତଃ ଏହା ଏଥିରେ ସାଧାରଣ ଜଳାପୋଡାରେ ମଲମର କାମ କରିଥାଏ । ରୋଷେଇ ଘରେ କାମ କରୁଥିବା ବେଳେ ଶରୀରରେ କୌଣସି ଚେଙ୍କ ଲାଗିଗଲେ ବି ପ୍ରଥମେ ଖୋଜା ପଡ଼େ ଘିକୁଆଁରି ପତ୍ର। କୌଣସି କୀଟ ଯଦି ଶରୀରରେ କ୍ଷତ ସୃଷ୍ଟି କରେ ତାହା ହେଲେ ଏହା କାମରେ ଆସେ। ଖେଳାଳୀଙ୍କ ପାଦରେ ଏହାକୁ ଘଷିଲେ ତାହା ଅଧିକ ଶକ୍ତ ହୋଇଥାଏ।

publive-image photo-exportersindia.com

ତ୍ୱଚାରେ କୌଣସି ପ୍ରତିକ୍ରିୟା ଦେଖା ଦେଉଥିଲେ ଏହାକୁ ଘଷିଲେ ତାହା ଭଲ ହୋଇଯାଏ। ଶୁଷ୍କ ତ୍ୱଚାଲାଗି ଏହା ମଶ୍ଚରାଇଜର ଭଳି କାମ କରିଥାଏ। ମୁହଁରେ ବ୍ରଣ ଉଠୁଥିଲେ ବି ଘିକୁଆଁରି ପତ୍ର ବା ତାର ରସ ଲଗାଇଲେ ସେଥିରୁ ମୁକ୍ତି ମିଳିଥାଏ। ମୁହଁରେ ଦାଗ ଦେଖାଗଲେ ସେଥିରୁ ବି ମୁକ୍ତ ଦେଇଥାଏ ଘିକୁଆଁରି ।ଖାଲି ସେତିକି ନୁହେଁ ଘିକୁଆଁରି ମୁଖର ଏବଂ ତ୍ୱଚାର ଉଜ୍ଜ୍ୱଳତା ଆଣିବାରେ ମଧ୍ୟ ସହାୟକ ହୋଇଥାଏ। ଏକଜିମା ହୋଇଥିଲେ ବି ଏହା କାମରେ ଲାଗେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe