aajtak
ନୂଆଦିଲ୍ଲୀ: ଗୁରୁବାର ଦିନ ଆମେରିକା ନିର୍ବାଚନକୁ ନେଇ ଉପରାଷ୍ଟ୍ରପତିଙ୍କ ମଧ୍ୟରେ ବିତର୍କ ହୋଇଥିଲା। ବର୍ତ୍ତମାନର ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଏବଂ ଡେମୋକ୍ରାଟିକ୍ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍ ମଧ୍ୟରେ ପ୍ରାୟ ୯୦ମିନିଟ୍ ଧରି ବିତର୍କ ଚାଲିଥିଲେ, ଯେଉଁଥିରେ ଦୁଇ ନେତା ଅନେକ ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ। କମଳା ହାରିସଙ୍କ ତରଫରୁ ଟ୍ରମ୍ପ ପ୍ରଶାସନ କରୋନା ସଙ୍କଟର ମୁକବିଲା କରିବାରେ ସମ୍ପୂର୍ଣ୍ଣ ଅସଫଳ ବୋଲି କହିଥିଲେ କମଳା ହାରିସ ।
କମଳା ହାରିସଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଟ୍ରମ୍ପ ପ୍ରଶାସନ ଜାନୁଆରୀରେ କରୋନା ସଙ୍କଟ ବିଷୟରେ ଜାଣିଥିଲେ ମଧ୍ୟ ଦେଶକୁ କିଛି କହିନଥିଲେ। ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରାଣ ହରାଇବାକୁ ପଡ଼ିଲା। ଏହାର ଜବାବରେ ମାଇକ ପେନ୍ସଙ୍କୁ କହିଥିଲେ ଯେ, ଟ୍ରମ୍ପ ପ୍ରଥମେ ଚାଇନାକୁ ବିମାନ ଚଳାଚଳ ବନ୍ଦ କରିଦେଇଥିଲେ ଏବଂ ପରେ ଦେଶରେ କରୋନା ସହିତ ଲଢ଼ିବା ପାଇଁ ପ୍ରସ୍ତୁତି ଉପରେ ଜୋର ଦେଇଥିଲେ।
Hindustan Timesତେବେ ଟିକା ଲଗାଇବେ ନା ନାହିଁ ବୋଲି କମଳାଙ୍କୁ ହୋଷ୍ଟ ପ୍ରଶ୍ନ କରିବା ପରେ ସେ ଉତ୍ତର ରଖିଥିଲେ ଯେ, ଯଦି ଡାକ୍ତର କହିବେ ତେବେ ନେବି, କିନ୍ତୁ ଟ୍ରମ୍ପ କହିଲେ ମୁଁ ଟିକା ନେବି ନାହିଁ।
Follow Us