ପୋଷା ଜାଗୁଆର୍‌ ଓ କଳାବାଘୁଣୀକୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କୁ ନିବେଦନ କଲେ ୟୁକ୍ରେନ୍‌ରେ ଥିବା ଆନ୍ଧ୍ର ଡାକ୍ତର

Advertisment
ପୋଷା ଜାଗୁଆର୍‌ ଓ କଳାବାଘୁଣୀକୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କୁ ନିବେଦନ କଲେ ୟୁକ୍ରେନ୍‌ରେ ଥିବା ଆନ୍ଧ୍ର ଡାକ୍ତର

Image Courtesy of WION

ଲଣ୍ଡନ୍‌: ବାଧ୍ୟ ହୋଇ ‘ୱାର୍‌ ଜୋନ୍‌’ରୁ ବାହାରି ଯାଇଥିବା ବେଳେ ସେଠାରେ ଛାଡ଼ି ଆସିଥିବା ପୋଷା ଜାଗୁଆର୍‌ ଓ କଳାବାଘକୁ ଉଦ୍ଧାର କରିବା ପାଇଁ ୟୁକ୍ରେନ୍‌ରେ ଅବସ୍ଥାପିତ ଆନ୍ଧ୍ରପ୍ରଦେଶର ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି।

‘ଜାଗୁଆର୍‌ କୁମାର’ ନାମରେ ପରିଚିତ ଡାକ୍ତର ଗିଡ଼ିକୁମାର ପାଟିଲ୍‌ କହିଛନ୍ତି ଯେ, ମୂଲ୍ୟବାନ୍‌ ମାର୍ଜାର ଦୁଇଟାଙ୍କ ଜୀବନ ରକ୍ଷା ବର୍ତ୍ତମାନ ତାଙ୍କର ସର୍ବପ୍ରଥମ କର୍ତ୍ତବ୍ୟ। ସେ ଦୁହେଁ ହେଉଛନ୍ତି, କଲରାପତ୍ରିଆ ଓ ଜାଗୁଆର୍‌ର ମିଳନରୁ ଜନ୍ମିତ ‘ଯଶ’ ନାମକ ସଙ୍କର ଜାତୀୟ ଦୁର୍ଲଭ ଅଣ୍ଡିରା ‘ଲେପ୍‌-ଜାଗ୍‌’ ଓ ‘ସବ୍ରିନା’ ନାମରେ ଗୋଟାଏ କଳାବାଘୁଣୀ।

‌ବିକଳ୍ପ ରୋଜଗାର ଅନ୍ବେଷଣରେ ପୂର୍ବ ୟୁକ୍ରେନ୍‌ର ଲୁହାନ୍‌ସ୍କରୁ ଚାଲିଯିବା ବେଳେ ୪୨ ବର୍ଷିୟ ଡାକ୍ତର ପାଟିଲ୍‌ ଜଣେ ସ୍ଥାନୀୟ କୃଷକଙ୍କ ଦାୟିତ୍ବରେ ଜନ୍ତୁ ଦୁଇଟାଙ୍କୁ ଛାଡ଼ି ଆସିଛନ୍ତି।

publive-image Image Courtesy of NDTV

କିବ୍‌ରେ ଥିବା ଭାରତୀୟ ଦୂତାବାସ ସାହାଯ୍ୟ କରିବାରେ ଅସମର୍ଥ ହେବାରୁ ଡାକ୍ତର ପାଟିଲ୍‌ ସହାୟତା ପାଇଁ ଭାରତ ସରକାରଙ୍କୁ ବାର୍ତ୍ତା ପଠାଇଛନ୍ତି।

ସମ୍ପ୍ରତି ପୋଲାଣ୍ଡ୍‌ର ୱାର୍‌ସରେ ଆଶ୍ରୟ ନେଇଥିବା ଡାକ୍ତର ପାଟିଲ୍‌ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି, ମାର୍ଜାର୍‌ ଦୁଇଟାଙ୍କର ସାମ୍ପ୍ରତିକ ଅବସ୍ଥା ପ୍ରତି ଦୃଷ୍ଟି ଓ ତୁରନ୍ତ ସେମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଇ ସର୍ବୋତ୍ତମ ସମ୍ଭାବ୍ୟ ସମାଧାନ ବାଟରେ ଏହି ଅସୁବିଧା ଦୂର କରିବା ଲାଗି ଯଥା ଶୀଘ୍ର କାର୍ଯ୍ୟାରମ୍ଭ କଥା ବିଚାର କରିବା ନିମନ୍ତେ ମୋର ଏହି ସବିନୟ ବାର୍ତ୍ତା।

ସୂଚନାଯୋଗ୍ୟ, ପ୍ରାୟ ୨ ବର୍ଷ ତଳେ ସେ ୟୁକ୍ରେନୀୟ ରାଜଧାନୀ କିବ୍‌ରେ ଥିବା ଗୋଟାଏ ଚିଡ଼ିଆଖାନାରୁ ଉପରୋକ୍ତ ଜନ୍ତୁ ଦୁଇଟାକୁ ଆଣି ପାଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe