ସାର୍ବଜନୀନ ସ୍ଥାନରେ ଆପତ୍ତିଜନକ କାର୍ଯ୍ୟ କରି ଜରିମାନା ଗଣିଲେ ଅର୍ଜୁନ ରାମପାଲ୍‌

ସାର୍ବଜନୀନ ସ୍ଥାନରେ ଆପତ୍ତିଜନକ କାର୍ଯ୍ୟ କରି ଜରିମାନା ଗଣିଲେ ଅର୍ଜୁନ ରାମପାଲ୍‌

photo-amarujala

ମୁମ୍ବାଇ:ଅନେକ ସମୟରେ ଅଭିନେତାମାନେ ସାର୍ବଜନୀନ ସ୍ଥାନରେ ଆପତ୍ତିଜନକ କାର୍ଯ୍ୟ କରି ସମାଲୋଚିତ ହେଉଥିବା ଘଟଣା ନୂଆ ନୁହେଁ। ଏବେ ପୁଣି ଜଣେ କଳାକାର ଏଭଳି କାମ କରି ଜରିମାନା ଗଣିଥିବା ଜଣାଯାଇଛି। ଏହି ଅଭିନେତାଜଣକ ହେଲେ ଅର୍ଜୁନ ରାମପାଲ୍‌ । ସେ ଗତ କିଛି ଦିନ ହେବ ନିଜର ନୂଆ ସିନେମା ‘ନାସ୍ତିକ’ର ସୁଟିଂ କରୁଛନ୍ତି। ଝାରଖଣ୍ଡର ପଲାମୁ ରେଳବାଇ କଂପ୍ଲେକ୍ସରେ ଫିଲ୍ମର ସୁଟିଂ କରୁଥିବା ବେଳେ ହଠାତ ଅର୍ଜୁନ ରାମପାଲ୍‌ ସେଠାରେ ସିଗାରେଟ୍‌ ଟାଣୁଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା।

publive-image photo-amarujala

ତାପରେ ଆଞ୍ଚଳିକ ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ସ୍ଥାନୀୟ ଏସ୍‌ ଡି ଓ ଅର୍ଜୁନ ରାମପାଲ୍‌ଙ୍କ ଉପରେ ୨୦୦ ଟଙ୍କାର ଜରିମାନା ଲଗାଇଲେ। ଆଉ ସେ ବି ତାହା ସଙ୍ଗେସଙ୍ଗେ ଗଣି ଦେଲେ। ଏହି ସୁଟିଂ ସମୟରେ ସେଟରେ ଅଭିନେତା ଟିନୁ ଆନନ୍ଦ ବି ଉପସ୍ଥିତ ଥିଲେ । ସେ ଏଥିରେ ଜଣେ ପାନଓ୍ଵାଲା ଭୂମିକାରେ ଅଭିନୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe