www.aajtak.in
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ଆରତୀ ସିଂ। ସେ ତାଙ୍କ ପ୍ରେମିକ ଦୀପକ ଚୌହ୍ବାନଙ୍କ ସହ ଏପ୍ରିଲ ୨୫ (ଆଜି) ବିବାହ କରିବେ ବୋଲି ପୂର୍ବରୁ ସୂଚନା ରହିଥିଲା। ପୂର୍ବରୁ ଆରତୀଙ୍କର ହଳଦୀ, ମେହେନ୍ଦୀ ଓ ସଂଗୀତ ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଇଛି। ସୋସିଆଲ୍ ମିଡିଆରେ ଆରତୀ ଲଗାତର ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ପୋଷ୍ଟ୍ କରୁଛନ୍ତି।
ଆରତୀ ଓ ଦୀପକଙ୍କ ବାହାଘର ଖୁବ୍ ଧୁମ୍ଧାମ୍ରେ ପାଳନ ହେଉଛି। ଆରତୀ ତାଙ୍କର ମେହେନ୍ଦୀ ଫଟୋସୁଟ୍ ସମୁଦ୍ରକୂଳରେ କରିଛନ୍ତି। ସମୁଦ୍ରକୂଳରେ ଏକ ଚରପାଇ ପଡ଼ିଥିବାର ଦେଖିବାକୁ ମିଳିଛି। ତା’ର ୪ଟି ଯାକ ଗୋଡ଼କୁ ଫୁଲରେ ସଜାଯାଇଛି। ଆରତୀ ଏକ ବାଇଗଣୀ ରଂଗର ପୋଷାକ ପିନ୍ଧିଥିବା ବେଳେ ଚରପାଇର ୪ଟି ଯାକ ଗୋଡ଼କୁ ସେହି ବାଇଗଣୀ ରଂଗର ଫୁଲରେ ସଜାଯାଇଛି।
ଆରତୀ ସେହି ଚରପାଇରେ ବସିକରି ଓ ଛିଡ଼ା ହୋଇ ଅନେକ ଫଟୋ ପୋଜ୍ ଦେଇଛନ୍ତି। ହାତରେ ସେ ମେହେନ୍ଦୀଙରେ ଦୀପକଙ୍କ ନାମ ଲେଖିଥିବା ଦେଖିବାକୁ ମିଳିଛି। ନିଜର ପୋଷାକକୁ ମେଳ ଖାଇବା ପରି ଅଳଙ୍କାର ବି ସେ ପିନ୍ଧିଛନ୍ତି। ଚୋକର ନେକ୍ପିସ୍ ସହିତ ମଥାମଣି ପିନ୍ଧି ଖୁବ୍ ସୁନ୍ଦର ଦିଶୁଛନ୍ତି ସେ।
ଜାତୀୟ ଗଣମାଧ୍ୟମ ଇଟିମସ୍ ରିପୋର୍ଟ ଅନୁଯାୟୀ, ” ମଧ୍ୟସ୍ତିଙ୍କ ମାଧ୍ୟମରେ ଆରତୀ ଏବଂ ଦୀପକ ପରସ୍ପରକୁ ଭେଟିବା ପରେ ପରସ୍ପର ବିଷୟରେ ଜାଣିବା ପାଇଁ କିଛି ମାସ ସମୟ ନେଇଥିଲେ। ଏହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ”
Follow Us