ବାରବାଟୀ ଦିନିକିଆ ଆଉ ୩ ଦିନ, କ୍ରୀଡ଼ା ମନ୍ତ୍ରୀଙ୍କ ବାରବାଟୀ ପରିଦର୍ଶନ

Advertisment
ବାରବାଟୀ ଦିନିକିଆ  ଆଉ ୩ ଦିନ, କ୍ରୀଡ଼ା ମନ୍ତ୍ରୀଙ୍କ ବାରବାଟୀ ପରିଦର୍ଶନ

କଟକ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ମଙ୍ଗଳବାର ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁ‌ଷାରକାନ୍ତୀ ବେହେରା ବାରବାଟୀ ଷ୍ଟାଡ଼ିୟମ ବୁଲି ଖେଳ ପୂର୍ବ ପ୍ରସ୍ତୁତି ଦେଖିଛନ୍ତି। ଆସନ୍ତା ୨୨ ତାରିଖରେ ମ୍ୟାଚ୍‌ ଖେଳାଯିବାକୁ ଥିଲା ବେଳେ ମନ୍ତ୍ରୀ ସମସ୍ତ ପ୍ରସ୍ତୁତି କାମର ସମୀକ୍ଷା କରିଛନ୍ତି। ଷ୍ଟାଡିୟମ ମଧ୍ୟରେ ଦର୍ଶକଙ୍କ ପାଇଁ ପିଇବା ପାଣି, ଶୌଚାଳୟ ସହିତ ପରିମଳ ପ୍ରତି ଅଧିକ ଗୁରୁତ୍ବ ‌େଦବାକୁ ମନ୍ତ୍ରୀ ଶ୍ରୀ ବେହେରା ଓସିଏକୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ବ୍ୟବସ୍ଥିତ ଢଙ୍ଗରେ ଅଫ୍‌ ଲାଇନ୍‌ରେ ଟିକଟ୍‌ ବିକ୍ରି କରିବା ଉପରେ ଅଧିକ ଧ୍ୟାନ ଦେବାକୁ ଶ୍ରୀ ବେହେରା ଓସିଏ ଅଧିକାରୀଙ୍କୁ କହିଛନ୍ତି। ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିବା ବେଳେ ଖେଳର ସଫଳତା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ପ୍ରଦାନ କରିବେ ବୋଲି ଶ୍ରୀ ବେହେରା କହିଛନ୍ତି। ଖେଳ ଦିନ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମକୁ ଆସିବାର କାର୍ଯ୍ୟକ୍ରମ ଥିବାର ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଆଜିର ପରିଦର୍ଶନ ବେଳେ ଓସିଏ ଉପ ସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମସଂପାଦକ ମେହେତାବ ଖାନ୍‌, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ପୂର୍ବତନ କର୍ପୋରେଟର ରଂଜନ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe