ଭଦ୍ରକ ଜିଲ୍ଲାର ୧୧ପଞ୍ଚାୟତର ୭୧ଟି ଗାଁକୁ ସିଲ୍ କଲା ପ୍ରଶାସନ

ଭଦ୍ରକ ଜିଲ୍ଲାର ୧୧ପଞ୍ଚାୟତର ୭୧ଟି ଗାଁକୁ ସିଲ୍ କଲା ପ୍ରଶାସନ

ଭଦ୍ରକ : ଆଜି ସକାଳେ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ବାସୁଦେବପୁର ବ୍ଲକର ବୋଲି ଜଣାଯିବା ପରେ ଜିଲ୍ଲା ପ୍ରଶାସନ ବାସୁଦେବପୁର ବ୍ଲକର ଲୁଙ୍ଗା, ଓଢୁଆଁ, ଓ ଲକ୍ଷ୍ମୀଦାସପୁର ଆଦି ତିନିଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଥିରେ ଥିବା ୨୨ଟି ଗାଁକୁ ସିଲ୍ କରାଯାଇଛି। ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଲା କଟକଣା । ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ । ଆବଶ୍ୟକ ସାମଗ୍ରୀ ସରପଞ୍ଚଙ୍କ ଦ୍ୱାରା ପହଞ୍ଚାଇବାକୁ ନିର୍ଦେଶ ଦିଆଯାଇଥିବା ନେଇ ଟୁଇଟ୍  କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ । ଆଗରୁ ପ୍ରଶାସନ ପକ୍ଷରୁ ୪୯ଟି ଗାଁ ସିଲ୍ କରାଯାଇଥିଲା।

ଏଥିସହ ସେହି ଅଞ୍ଚଳକୁ ସିଲ୍ କରିଥିବା ଜଣାଯାଇଛି। ଏବେ ଜିଲ୍ଲାରେ ୧୧ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଥିରେ ଥିବା ମୋଟ୍ ୭୧ଟି ଗାଁକୁ ପ୍ରଶାସନ ସିଲ୍ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ,  ପୂର୍ବରୁ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକର ୩ ଜଣ ଏବଂ ଭଣ୍ଡାରୀପୋଖରୀ ବ୍ଲକର ୨ ଜଣ ଅଛନ୍ତି । ଟୁଇଟ୍ ଯୋଗେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ଭଦ୍ରକ ଜିଲ୍ଲାର ୫ଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିଲା। ଏହାଛଡ଼ା ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ଜଣାଯାଇଥିଲା।

publive-image

ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ୨ଟି କରୋନା ପଜିଟିଭ ଆସିବା ପରେ ତେସିଙ୍ଗା ଓ ରହଣିଆ ନାମକ ଦୁଇଟି  ପଞ୍ଚାୟତକୁ ପ୍ରଶାସନ ସିଲ୍ କରିଥିଲା । ତେଣେ ବାସୁଦେବପୁର ବ୍ଲକର ଲକ୍ଷ୍ମୀଦାସପୁର, ବିନାୟକପୁର ଏବଂ ପଦ୍ମପୁର ନାମକ ତିନିଟି  ପଞ୍ଚାୟତକୁ ପ୍ରଶାସନ ସିଲ୍ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe