ଆଜି ଭୁବନେଶ୍ବର ପାଲଟିଲା ରାଜ୍ୟର ଉତ୍ତପ୍ତ ସହର, ପାରା ୪୪.୨ ଡିଗ୍ରି ସେଲସିୟସ

Advertisment
ଆଜି ଭୁବନେଶ୍ବର ପାଲଟିଲା ରାଜ୍ୟର ଉତ୍ତପ୍ତ ସହର, ପାରା ୪୪.୨ ଡିଗ୍ରି ସେଲସିୟସ

ଭୁବନେଶ୍ବର: ବଢ଼ୁଛି ତାପମାତ୍ରା। ଖରାରେ ସିଝୁଛି ଓଡ଼ିଶା।  ଦିନ ବଢ଼ିବା ସହ ବଢ଼ୁଛିି ଉତ୍ତାପ। ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର। ଆଜି ଭୁବନେଶ୍ବରର ତାପମାତ୍ରା ଥିଲା ୪୪.୨ ଡିଗ୍ରି ସେଲସିୟସ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଭୁବନେଶ୍ବର ପଛକୁ ରହିଛନ୍ତି ବାଲେଶ୍ବର ଏବଂ ବାରିପଦା। ଗତକାଲି ବାରିପଦା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ତାପମାତ୍ରା ରହିଥିଲା ୪୪.୬ ଡିଗ୍ରି ସେଲସିୟସ। ଆଜି ବାରିପଦାରେ ତାପମାତ୍ରା ୪୩.୬ଡିଗ୍ରି ସେଲସିୟସ ରହିଥିବା ବେଳେ ବାଲେଶ୍ବରରେ ତାପମାତ୍ରା ୪୩.୦ଡିଗ୍ରି ସେଲସିୟସ ରହିଥିଲା।

publive-image

ସେହିପରି ଆଜି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି । ଏନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଗତ ଦୁଇ ଦିନ ହେବ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳିଛି । ଗତକାଲି ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୦ ଉପରେ ରହିଥିଲା। ଏହା ସହ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe