ଲେମ୍ବୁରେ ଅଛି କରୋନା ସହ ଲଢ଼ିବାର ଗୁଣ, ଦୈନିକ ଖାଦ୍ୟରେ କରନ୍ତୁ ସାମିଲ୍‌

ଲେମ୍ବୁରେ ଅଛି କରୋନା ସହ ଲଢ଼ିବାର ଗୁଣ, ଦୈନିକ ଖାଦ୍ୟରେ କରନ୍ତୁ ସାମିଲ୍‌

MedicineNet

ଦୈନିକ କାଗିଜି ଲେମ୍ବୁ ଖାଇବାର ଅଭ୍ୟାସ ଅଛି ତ? ଯଦି ନାହିଁ ତାହାଲେ ଆଜିଠାରୁ ହିଁ ଅଭ୍ୟାସ ଆରମ୍ଭ କରିଦିଅନ୍ତୁ। ଏଥିରେ ଏପରି ସବୁ ଗୁଣ ରହିଛି ଯାହାକି ଅନେକ ଶାରୀରିିକ ସମସ୍ୟାକୁ ସହଜରେ ଦୂର କରିଥାଏ। ତେବେ କରୋନା ଭଳି ମହାମାରୀ ସମୟରେ ଲେମ୍ବୁ ଖାଇବା ନିହାତି ଜରୁରୀ। କାରଣ ଏଥିରେ ମହାମାରୀ କରୋନା ସହ ଲଢ଼ିବାର ଶକ୍ତି ରହିଛି ବୋଲି ବି‌ଶେଷଜ୍ଞମାନେ ମତ ଦେଉଛନ୍ତି।

11 Benefits of Drinking Lemon Water (And How to Drink It for Good Health)

ଫୁଡ୍‌ ଆଣ୍ଡ୍‌ ନ୍ୟୁଟ୍ରେସନ୍‌ ବୋର୍ଡ ଦେଇଥିବା ରି‌ପୋର୍ଟ ମୁତାବକ, ଲେମ୍ବୁରେ ପ୍ରଚୁର ପରିମାଣର ଭିଟାମିନ୍‌ ସି ରହିଛି। ଏହାକୁ ଖାଇବା ଦ୍ବାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ କରୋନା ସଂକ୍ରମଣ ହେବାର ଆଶଙ୍କା କମ ହୋଇଥାଏ। ଲେମ୍ବୁ ଖାଇବା ଦ୍ବାରା ହୃଦ୍‌ରୋଗ, ‌ଷ୍ଟ୍ରୋକ୍‌ ଓ ନିମ୍ନ ରକ୍ତଚାପ ହେବାର ଖୁବ୍ କମ୍ ସମ୍ଭାବନା ଦେଖାଯାଇଥାଏ। ଆପଣ ଜାଣିଥିବେ ନିଶ୍ଚୟ ଯେ ଓଜନ ହ୍ରାସ ପାଇଁ ଲେମ୍ବୁ ରସ ଅବ୍ୟର୍ଥ ଔଷଧ ପରି କାମ କରେ। ଆପଣ ଗରମ ପାଣିରେ ଲେମ୍ବୁ ମିଶାଇ ସବୁଦିନ ପିଇବା ଦ୍ବାରା ଶରୀରର ଅତିରିକ୍ତ ଚର୍ବି କମିବା ସହ ଓଜନ ହ୍ରାସ ହୋଇଥାଏ। ଏହା ସହ ଲେମ୍ବୁ ଶରୀରରୁ ବ୍ୟାକ୍ଟେରିଆକୁ ମାରି ଦେଇଥାଏ। ନିୟମିିତ ଲେମ୍ବୁ ଖାଇଲେ ତ୍ବଚା ଓ କେଶ ଆଦି ଭଲ ରହିବା ସହ ଲେମ୍ବୁ ଖାଇଲେ ତ୍ବଚା ଚିକ୍କଣ ହୋଇଥାଏ। ଲେମ୍ବୁ ଆପଣଙ୍କ ହଜମ ପ୍ରକ୍ରିୟାକୁ ଠିକ୍‌ରଖୁଥିବାରୁ ଲେମ୍ବୁ ଖାଇଲେ କିମ୍ବା ପିଇଲେ ଖାଦ୍ୟ ଭଲ ଭାବେ ହଜମ ହୋାଇଥାଏ। ଲେମ୍ବୁ ଖାଇଲେ କର୍କଟ ରୋଗ ହେବାର ସମ୍ଭାବନା ଖୁବ୍ କମ୍‌ ଥାଏ। ନିୟମିତ ଲେମ୍ବୁ ଖାଉଥିବା ଲୋକକୁ ସହଜରେ କର୍କଟ ହୁଏ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe