ୟୁଟ୍ୟୁବ ଦେଖି ବରକୋଳି ଚାଷ କରିଥିଲେ, ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଯୁବକ

Advertisment
ୟୁଟ୍ୟୁବ ଦେଖି ବରକୋଳି ଚାଷ କରିଥିଲେ, ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଯୁବକ

ରାୟଗଡ଼ା: ଥାଇଲ୍ୟାଣ୍ଡ ବରକୋଳି ରାୟଗଡ଼ା ମାଟିରେ ଫଳିଛି। ଶୁଣିବା ପାଇଁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଭାଲେରି କୁଡିଆ ଗ୍ରାମର ଆଦିବାସୀ ଯୁବକ ପୀତବାସ ଶବର ଏହି ଚାଷ ନିଜ ଜମିରେ କରୁଛନ୍ତି। ଚାଷ ଛାଡି ଦାଦନ ଖଟିବାକୁ ବର୍ତ୍ତମାନ ଯୁବପିଢି ପସନ୍ଦ କରୁଥିବାବେଳେ, ଚାଷ କ୍ଷେତ୍ରରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ପୀତବାସ। ଆଦିବାସୀ ଯୁବକ ପୀତବାସ ଶବର ମଧ୍ୟ ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ନିର୍ଯାତିତ ହୋଇଛନ୍ତି। ନିଜ ଚାଷ ଜମିରେ କଷ୍ଟ ପଡିବା ଅପେକ୍ଷା ବାହାର ରାଜ୍ୟକୁ ଯାଇ କାମ କରିବାକୁ ସେ ମଧ୍ୟ ଭଲ ପାଉଥିଲେ। କିନ୍ତୁ ଆଜି ଦାଦନ ଛାଡ଼ି ନିଜର ସ୍ବଳ୍ପ ଜମିରେ ପ୍ରଥମେ ପନିପରିବା, ଫୁଲ ଓ ଫଳ, ଚାଷ କରି ବେଶ ଲାଭବାନ ହେଲେ। ସେ ଗୁଣୁପୁର ଅଂଚଳରେ ଜଣେ ଆଗଧାଡିର ଚାଷୀ ଭାବେ ବେଶ ପରିଚିତ ହେଲେ।

publive-image

ଆଜି ବିଶେଷ କରି ଥାଇଲାଣ୍ଡ ବରକୋଳି ଚାଷ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ପୀତବାସ ଶବରଙ୍କୁ। ଜୀବନରେ ଅନେକ ପ୍ରକାର ସମସ୍ୟା ପ୍ରତିବନ୍ଧକ ସାଜିଥିଲେ ମଧ୍ୟ ଏବେ ଚାଷକୁ ନିଜର ସାଥୀ ଭାବେ ଆପଣେଇ ନେଇଛନ୍ତି ପୀତବାସ।କିଛି ନୂଆ ଚାଷ କରିବା ନେଇ ଚିନ୍ତା କଲେ। ରାୟଗଡା ଜିଲ୍ଲାରେ ବିଭିନ୍ନ ନୂଆ ପ୍ରକାର ଚାଷ କରି ଚାଷୀ ସଫଳ ହୋଇଥିବା ସେ ଜାଣିଥିଲେ। ତେଣୁ ଏକ ନୂଆ ପ୍ରକାରର ଆଶା ନେଇ କିଛି ବର୍ଷ ତଳେ ୟୁଟୁବ ଦେଖି ଥାଇଲାଣ୍ଡ ବରକୋଳି ଚାଷ ଆରମ୍ଭ କରିଥିଲେ। ପ୍ରଥମେ ସେ ନିଜର ୩୦ ଡେସିମିଲି ଜମିରେ ଚାରି ପ୍ରକାରର ଶହେ ଥାଇଲାଣ୍ଡ ବରକୋଳି ଗଛ ଲଗାଇ ପ୍ରଥମ ବର୍ଷ ୪୦ ହଜାର ଟଙ୍କା ଲାଭବାନ ହୋଇଥିଲେ।

publive-image

ଚଳିତ ବର୍ଷ ସେ ୧୦୦ ଟି ବରକୋଳି ଗଛରୁ ଏକଲକ୍ଷ ଟଙ୍କାର ଲାଭ ମିଳିବ ବୋଲି କହିଛନ୍ତି। ଏହି ଚାଷ ପାଇଁ ତାଂକୁ ବିଶେଷ କଷ୍ଟ କରିବାକୁ ପଡିନଥିଲା। ପ୍ରଥମେ ଗଛ ଲଗାଇବା ସହ ତାର ପ୍ରକୃତ ଯତ୍ନ ନେବା ପରେ ଗଛ ବଢିବାରେ ଲାଗିଲା ଏବଂ ଦୁଇ ତିନି ବର୍ଷ ପରେ ଫଳ ଧରିବା ଆରମ୍ଭ କରିଥିଲା। ଏବେ ବରକୋଳି ଗଛଗୁଡିକ ପ୍ରତିବର୍ଷ ଲକ୍ଷାଧିକ ଟଂକାର ଲାଭ ଦେବ ବୋଲି ପୀତବାସ କହନ୍ତି। ବର୍ତ୍ତମାନ ସେ ଆଖପାଖ ଅଞ୍ଚଳରେ ଚାଷୀମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପୀତବାସ କହଛନ୍ତି କି ଯେ ଦାଦନ ଛାଡ଼ି ବୈଜ୍ଞାନିକ ପଦ୍ଧତିରେ ଚାଷକୁ ଆପଣାଇବା ଦ୍ଵାରା ଯୁବପିଢି ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe