Representational Picture
ଭଦ୍ରକ : ଭଦ୍ରକରୁ କଲିକତା ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳକୁ ଜିଲ୍ଲାପାଳ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଧାମରା, ଚାନ୍ଦବାଲି ଅଞ୍ଚଳରୁ କଲିକତାକୁ ଯାତ୍ରୀ ନେଇ ଦୁଇଟି ବସ୍ ଭଦ୍ରକରୁ ଯାଉଥିଲା। କରୋନା କଟକଣା ପାଇଁ ଜିଲ୍ଲାପାଳ ଭଦ୍ରକରୁ କଲିକତାକୁ କୌଣସି ଯାତ୍ରୀବାହୀ ବସ୍ ଯାତାୟତ କରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। କରୋନା ମୁକାବିଲ ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣର ସୁଧାର ଆସିବା ପରେ ପ୍ରଶାସନ ପକ୍ଷରୁ ପୁନଃ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।
ତେଣେ ଭଦ୍ରକ ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୬ ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଆଜି ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜିଲ୍ଲାରେ ମୋଟ ୨୭୧ ଜଣ ସୁସ୍ଥ ହୋଇଛନ୍ତି। ୨୪ ଜଣ କରୋନା ଆକ୍ରାନ୍ତ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ମୋଟ ୧୨ ହଜାର ୧୮୫ ଜଣଙ୍କର ସ୍ବାବ ଟେଷ୍ଟ କରାଯାଇଛି। ଜିଲ୍ଲାପାଳଙ୍କ ରିପୋର୍ଟ ଅନୁଯାୟୀ ଆଜି ନୂଆ କରି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଇ ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜେଣ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଜଣେ ଲୋକାଲ କଣ୍ଟାକ୍ଟ ଟ୍ରେସିଂରୁ ବାହାରିଥିବା ଜଣାପଡିଛି।
Follow Us