ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚିରାଗ ପାଶୱାନଙ୍କ ଚ୍ୟାଲେଞ୍ଜ୍‌, ୨୦୨୦ ନିର୍ବାଚନରେ ନିଜେ ପ୍ରତିଦ୍ବନ୍ଦ୍ବିତା କରନ୍ତୁ

Advertisment
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚିରାଗ ପାଶୱାନଙ୍କ ଚ୍ୟାଲେଞ୍ଜ୍‌, ୨୦୨୦ ନିର୍ବାଚନରେ ନିଜେ ପ୍ରତିଦ୍ବନ୍ଦ୍ବିତା କରନ୍ତୁ

www.indiatoday.in

ପାଟ୍‌ନା: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ମୁଖ୍ୟ ଚିରାଗ ପାଶୱାନ ଗୁରୁବାର ବିହାର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ରାଜ୍ୟର ଲୋକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର କୌଣସି ସିଧାସଳଖ ଯୋଗ‌ାଯୋଗ ନାହିଁ। ଆସନ୍ତା ୨୦୨୦ ନିର୍ବାଚନରେ ନୀତିଶ କୁମାର ନିଜେ ନିର୍ବାଚନ ଲଢ଼ନ୍ତୁ ବୋଲି ଚିରାଗ କହିଛନ୍ତି।

ଚିରାଗ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି, "ମୋ ବାପା ଲୋକସଭା ନିର୍ବାଚନରେ ​​ନଅ-ନଅ ଥର ଜିତିଥିଲେ। ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଜାଣିବା ପାଇଁ ନୀତିଶ କୁମାର ବିହାର ବିଧାନସଭା ନିର୍ବାଚନ୨୦୨୦ରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ। ନୀତିଶ କୁମାରଙ୍କର ରାଜ୍ୟ ଲୋକଙ୍କ ସହ ସିଧାସଳଖ କୌଣସି ଯୋଗାଯୋଗ ନାହିଁ।’’

ଚିରାଗ ନୀତିଶଙ୍କୁ ଜଣେ ଅଂହକାରୀ ‌ବ୍ୟକ୍ତି ବୋଲି କହି ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶୱାନ ବିହାର ମୁଖ୍ୟମନ୍ତ୍ରୀଙ୍କ ପାଖରୁ ପାଇଥିବା ଅପମାନଙ୍କୁ ମନେ ପକାଇ ପୁଅ ହିସାବରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଏଲ୍‌ଜେପି ପ୍ରାର୍ଥୀଙ୍କୁ ହରାଇବାକୁ ନୀତିଶ ଚେଷ୍ଟା କରିଥିବା ଅଭିଯୋଗ ଆଣିଛନ୍ତି ଚିରାଗ।

publive-image
Moneycontrol

ଚିରାଗ କହିଛନ୍ତି କି ‘୨୦୧୯ ଲୋକସଭା ନିର୍ବାଚନରେ ​​ସମସ୍ତ ଏଲ୍‌ଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ନୀତିଶ ତ‌ାଙ୍କର ସମସ୍ତ ଶକ୍ତି ପ୍ରଦର୍ଶନ କରି ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନ ପରେ ସେ ‌ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ମୋ ବାପାଙ୍କୁ ଅପମାନିତ କରିଥିଲେ।’

ଚିରାଗ ପ୍ରଶ୍ନ କରଛନ୍ତି ଯେ ‘ସେ (ନୀତୀଶ କୁମାର) କାହିଁକି  ନିର୍ବାଚନ ଲଢୁନାହାନ୍ତି? ମୁଁ ନୀତିଶ କୁମାରଙ୍କ ତୁଳନାରେ ବହୁତ କନିଷ୍ଠ କିନ୍ତୁ ମୁଁ  ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। ନୀତିଶ କୁମାର କହୁଛନ୍ତି କି ସେ ଗତ ୧୫ ବର୍ଷ ମଧ୍ୟରେ ବହୁତ କାମ କରିଛନ୍ତି? ତାହାଲେ ବିଜେପିର ସମର୍ଥନ ନ ନେଇ ନିଜେ ନିର୍ବାଚନ ଲଢୁନାହାନ୍ତି କାହିଁକି?’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe