ପାକିସ୍ତାନ ଜେଲରେ ୨୦ ବର୍ଷ : ଗାଁକୁ ଫେରୁଛନ୍ତି ଓଡିଆ ପୁଅ ବିରଜୁ କୁଲୁ

Advertisment

ଲାହୋରରୁ ଫେରୁଥିବା ଖବର ପରେ ସୁନ୍ଦରଗଡରେ ଜଙ୍ଗଲଟୋଲି ଗାଁରେ ଖୁସିର ଲହରୀ

ଲାହୋରରୁ ଫେରୁଥିବା ଖବର ପରେ ସୁନ୍ଦରଗଡରେ ଜଙ୍ଗଲଟୋଲି ଗାଁରେ ଖୁସିର ଲହରୀ

ପାକିସ୍ତାନ ଜେଲରେ ୨୦ ବର୍ଷ : ଗାଁକୁ ଫେରୁଛନ୍ତି ଓଡିଆ ପୁଅ ବିରଜୁ କୁଲୁ

କୁତ୍ରା: ପାକିସ୍ତାନର ଲାହୋର ଜେଲରେ ୨୦ ବର୍ଷ ରହିବା ପରେ ଗାଁକୁ ଫେରୁଛନ୍ତି ଓଡିଆ ପୁଅ । ସୁନ୍ଦରଗଡ କୁତ୍ରାବ୍ଲକର କଟଙ୍ଗ ଜଙ୍ଗଲଟୋଲି ଗାଁରୁ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଗାଁର ବିରଜୁ ମାନସିକ ଅନଗ୍ରସର ହେତୁ ପାକିସ୍ତାନ ଚାଲିଯାଇଥିଲେ । ଆଉ ଦୀର୍ଘ ୨୦ ବର୍ଷ ଧରି ଲାହୋର ଜେଲରେ ରହିବା ପରେ ଏବେ ମୁକୁଳିଛନ୍ତି । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବାପା ମା ଆରପାରିକୁ ଚାଲିଯାଇଛନ୍ତି ।

ଖବର ଅନୁସାରେ, ଜଙ୍ଗଲଟୋଲି ଗାଁର ବିରଜୁ ପିଲାଟି ଦିନରୁ ମାନସିକ ଅନଗ୍ରସର ଥିଲେ । ତାଙ୍କୁ ୨୪-୨୫ ବର୍ଷ ହୋଇଥିବାବେଳେ ସେ ଘରୁ କୁଆଡେ ଚାଲିଯାଇଥିଲେ । ପରିବାର ଲୋକେ ଅନେକ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ହେଲେ ଗତବର୍ଷ ପରିଚୟ ଓ ତାଙ୍କ ଠିକଣା ଯାଞ୍ଚ ପାଇଁ କୁତ୍ରା ପୁଲିସ ବିରଜୁଙ୍କ ଘରେ ପହଞ୍ଚିଥିଲା । ଏହା ପରେ  ଭୁଲରେ ସେ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ ତାଙ୍କୁ ଭାରତର ଗୁପ୍ତଚର ଭାବି ପାକିସ୍ତାନ ସୈନ୍ୟମାନେ ଧରି ନେଇ ଲାହୋର ଜେଲରେ ରଖିଥିବା ଜଣା ପଡ଼ିଥିଲା। ସେଠି ସେ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଗତ ୨୬ ତାରିଖରେ ସେ ସେଠାରୁ ମୁକୁଳି ଥିଲେ ଓ ପାକିସ୍ତାନ ସୈନ୍ୟ ତାଙ୍କୁ ଭାରତକୁ ହସ୍ତାନ୍ତର କରିଥିଲେ ।

publive-image

ବିରଜୁ ଅମୃତସରରେ ପହଞ୍ଚିବା ପରେ ନାରାୟଣଗଞ୍ଜଗଡଠାରେ ଥିବା କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେଠାରୁ ସେ ନିଜ ଘରକୁ ଫେରିବାକୁ ଥିବା ବେଳେ ତାଙ୍କ ଫେରିବା ବ୍ୟବସ୍ଥା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଜଣାପଡିଛି। ଦୀର୍ଘ ବର୍ଷ ଧରି ବିରଜୁ ନିଖୋଜ ଥିବାବେଳେ ଏହା ମଧ୍ୟରେ ତାଙ୍କ ବାପା ଓ ମା' ଆରପାରିକି ଚାଲିଯାଇଛନ୍ତି । ଗାଁରେ କେବଳ ତାଙ୍କ କାକା ଓ ବଡବାପାଙ୍କ ପରିବାର ସଦସ୍ୟ ରହୁଥିବା ବେଳେ ବିରଜୁଙ୍କ ଏକ ମାତ୍ର ଭଉଣୀ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡା ଗ୍ରାମରେ ବିବାହ କରିଛନ୍ତି । ତେବେ ସେ ଦୀର୍ଘ ୨୦ ବର୍ଷ ପରେ ଘରକୁ ଫେରୁଥିବାରୁ ପରିବାର ସଦସ୍ୟ ଓ ତାଙ୍କ ଗାଁରେ ଖୁସିିର ଲହରୀ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe