ବିଜେପି ଚାହିଁଲେ ୫-ଟି ସଚିବଙ୍କୁ ଫେରାଇ ନେଇପାରିବ: ନରସିଂହ

Advertisment
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନରସିଂହଙ୍କ ସ୍ବାଧିକାର ଭଙ୍ଗ ନୋଟିସ୍

The New Indian Express

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ସଭା ସମିତି କରିବାକୁ ନେଇ ବିବାଦ ଥମୁନାହିଁ। ଆଜି ଏ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ରାଜନୀତି କରିବାକୁ ନେଇ ବିଜେପି ନେତାମାନେ ଗଳା ଫଟାଇ ଚିତ୍କାର କରୁଛନ୍ତି। ହେଲେ ବିଜେପି ହାତରେ କ୍ଷମତା ରହିଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଜଣେ ଆଇଏଏସ୍ ଅଧିକାରୀ। ‌ତାଙ୍କୁ କେନ୍ଦ୍ରକୁ ଫେରାଇ ନିଆଯାଇ ପାରିବ। ପଶ୍ଚିମବଙ୍ଗରେ ମଧ୍ୟ ସମାନ ପଦକ୍ଷେପ ନିଆଯାଇଥିଲା। ମାତ୍ର ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କେନ୍ଦ୍ରରେ ଅଭିଯୋଗ କରାଗଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। ଆକ୍ସନ୍ ନ ହେଲେ ନାହିଁ, କେନ୍ଦ୍ରକୁ ଫେରାଇ ନିଅନ୍ତୁ। ବିଜେପି ନେତାମାନେ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ। ଯଦି ସେମାନେ ପ୍ରକୃତରେ ଚାହାନ୍ତି ତାହାଲେ ସଚିବଙ୍କୁ କେନ୍ଦ୍ରକୁ ନେଇ ଯାଆନ୍ତୁ।

ସେ ଆହୁରିମଧ୍ୟ କହିଛନ୍ତି ଯେ ବିଜେଡିର ଏନ୍‌ଡିଏର ବୈଠକ ଯିବାର ଆବଶ୍ୟକତା ନାହିଁ। ତାଙ୍କର ସବୁ କାମ ହୋଇଯାଉଛି। ମେଣ୍ଟ ନ ଥାଇ ଗୋଟିଏ ରାଜ୍ୟସଭା ସିଟ୍‌ ଛାଡ଼ି ଦେଇଛନ୍ତି। ଲୋକସଭା ଓ ରାଜ୍ୟସଭାର ସମସ୍ତ ବିଲ୍‌ରେ କେନ୍ଦ୍ରକୁ ସମର୍ଥନ କରୁଛନ୍ତି। ଯେଉଁଠି ବିରୋଧୀ ଦଳ ସରକାର ଅଛି କିମ୍ବା ନେତା ଅଛନ୍ତି ସେଠାରେ ଇଡି, ସିବିଆଇ ଓ ଆୟକର ରେଡ୍‌ ହେଉଛି। ମାତ୍ର ଏଠାରେ କୌଣସି ରେଡ୍‌ ହେଉନାହିଁ। ଏହାର ଦୁଇଟା କଥା ହୋଇପାରେ। ହୁଏତ ଓଡ଼ିଶାରେ ନିର୍ମଳ ଶାସନ ଚାଲିଛି, କୌଣସି ସମସ୍ୟା ନାହିଁ। ନଚେତ୍ ଧରାଧରି କରି ଏସବୁ ବ୍ୟବସ୍ଥା କରାଯାଇଛି। ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ପ୍ରମାଣିତ ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe