ପୁରୀରେ ଫୁଟିଲା ପଦ୍ମ: ସମ୍ବିତ ପାତ୍ରଙ୍କ ସମେତ ବିଧାନସଭା ଆସନରେ ଜିତିଲେ ଏହି ୪ ପ୍ରାର୍ଥୀ

Advertisment
ପୁରୀରେ ଫୁଟିଲା ପଦ୍ମ: ସମ୍ବିତ ପାତ୍ରଙ୍କ ସମେତ ବିଧାନସଭା ଆସନରେ ଜିତିଲେ ଏହି ୪ ପ୍ରାର୍ଥୀ

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାନରେ ଭାରତୀୟ ଜନତା ପାର୍ଟି ପୁରୀରେ ବଡ଼ ବିଜୟ ହାସଲ କରିଛି। ମତଗଣନା ଜାରି ଥିବା ବେଳେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏପର୍ଯ୍ୟନ୍ତ ୬,୨୨,୭୩୪ ଖଣ୍ଡ ଭୋଟ ପାଇସାରିଛନ୍ତି। ସେ ନିକଟତମ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଠାରୁ ୧,୦୨,୦୨୯ ‌ଭୋଟ୍‌ ବ୍ୟବଧାନରେ ଆଗୁଆ ଅଛନ୍ତି।

କେବଳ ସମ୍ବିତ ପାତ୍ର ନୁହଁନ୍ତି। ବରଂ ପୁରୀ ବିଧାନସଭା ଆସନରେ ଥିବା ଅନ୍ୟ ବିଧାନସଭା ଆସନଗୁଡ଼ିକରେ ମଧ୍ୟ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହି କ୍ରମରେ ପିପିଲି, ସତ୍ୟବାଦୀ ଓ ବ୍ରହ୍ମଗିରି ଆସନରେ ମଧ୍ୟ ବିଜେପି ବିଜୟୀ ହୋଇଛି। ବ୍ରହ୍ମଗିରି ବିଧାନସଭା ଆସନରେ ବିଜେପିର ଉପାସନା ମହାପାତ୍ର ବିଜୟୀ ହୋଇଛନ୍ତି। ସେ ୯୦୦୦ରୁ ଅଧିକ ଭୋଟରେ ଜିତିଛନ୍ତି। ଏଠାରେ ବିଜେଡିର ଉମା ସାମନ୍ତରାୟ ପରାସ୍ତ ହୋଇଛନ୍ତି।

publive-image

ସେହିପରି ପିପିଲିରେ ଆଶ୍ରିତ ପଟ୍ଟନାୟକ ବିଜୟୀ ହୋଇଛନ୍ତି। ବିଜେପିର ଆଶ୍ରିତ କୁମାର ପଟ୍ଟନାୟକ ନିକଟତମ ପ୍ରତିଦ୍ବନ୍ଦୀ ରୁଦ୍ରପ୍ରତାପ ମହାରଥୀଙ୍କୁ ହରାଇଛନ୍ତି। ସତ୍ୟବାଦୀରେ ବିଜେପି ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କ ଠାରୁ ସଂଜୟ ଦାସ ବର୍ମା ପରାସ୍ତ ହୋଇଛନ୍ତି। ପୁରୀ ଜିଲ୍ଲା ନିମାପଡ଼ାରେ ମଧ୍ୟ ବିଜେପିର ବଡ଼ ବିଜୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe