ବିଜେପି ନେତା କୁଳମଣି ହତ୍ୟା ଘଟଣା; ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଟକରେ ବିଜେପି କର୍ମୀଙ୍କ ବିକ୍ଷୋଭ

Advertisment
ବିଜେପି ନେତା କୁଳମଣି ହତ୍ୟା ଘଟଣା; ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଟକରେ ବିଜେପି କର୍ମୀଙ୍କ ବିକ୍ଷୋଭ

Sambad

କଟକ: ମାହାଙ୍ଗାର ବହୁଚର୍ଚ୍ଚିତ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କ ହତ୍ୟା ଘଟଣାରେ ନ୍ୟାୟ ପାଇଁ କଟକରେ ବି‌ଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ଏହି ମାମଲାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛନ୍ତି।  ବିଜେପି କର୍ମୀ କଟକ ଜିଲ୍ଲାର  ପ୍ରତି ବ୍ଲକରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨ ତାରିଖ ବିଳମ୍ବିତ ରାତିରେ ମାହାଙ୍ଗା ଠାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ମରଣାତ୍ମକ ଆକ୍ରଣ କରଯାଇଥିଲା। ଫଳରେ ଘଟଣା ସ୍ଥଲରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏଭଳି ହତ୍ୟାକାଣ୍ତ ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଓ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ଆଇମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରି କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନ୍ୟାୟ ପ୍ରଦାନ ଦାବି କରି କଟକରେ ବିଜେପି କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ପ୍ରତ୍ୟେକଟି ବ୍ଲକରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯିବ।

କଟକ ଜିଲ୍ଲା ମାହାଙ୍ଗାରେ ଶନିବାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଅତି ବୀଭତ୍ସ ତଥା ଅତ୍ୟନ୍ତ ଜଘନ୍ୟ ଭାବରେ ହତ୍ୟା କରାଯାଇଛି। ସେ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ଲୋକଲୋଚନକୁ ଆଣିଥିଲେ। ସ୍ବର୍ଗତ ବରାଳ ନିଜ ଜୀବନକୁ ବିପଦଥିବା ଦର୍ଶାଇ ବହୁବାର ପ୍ରଶାସନକୁ ନିବେଦନ କରିଥିଲେ। ହେଲେ ପୁଲିସ କୌଣସି ସୁରକ୍ଷା ଯୋଗାଇଦେଇନଥିଲା। ଏହା ଶାସକ ଦଳର ମନ୍ତ୍ରୀ ପ୍ରତାପ ଜେନାଙ୍କ ଇଙ୍ଗିତରେ ବହୁ ପୂର୍ବରୁ ଏକ ସୁପରିକଳ୍ପିତ ଷଡଯନ୍ତ୍ର କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe