ବାଲେଶ୍ବର: ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ରକ୍ତଦାନ ଶିବିର

Advertisment
ବାଲେଶ୍ବର: ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ରକ୍ତଦାନ ଶିବିର

ବାଲେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଆଜି ଶ୍ରାଦ୍ଧ ଦିବସ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ହେଲ୍‌ପିଂ ସୋସାଇଟି ବାଲେଶ୍ବର ଓ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ରକ୍ତଦାନ ଶିବିର ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଆୟୋଜକ ଓ ରକ୍ତଦାତାଙ୍କୁ ସାଧୁବାଦ ଦେବା ସହିତ ଉତ୍ସାହିତ କରିଥିଲେ।

publive-image

ସମ୍ମାନିତ ଅତିଥି ଭାବେ ରକ୍ତକେନ୍ଦ୍ରର ଡାକ୍ତର ମହେଶ କୁମାର ବିଶ୍ବାଳ, ଯୁବନେତା ବିକ୍ରମ ପଣ୍ଡା, ଆଇନଜୀବୀ ସାଇରୁଲ ହକ ଓ ଜାନକୀପ୍ରେମୀ ତଥା ସମାଜସେବୀ ଜନ୍ନତ ହୁସେନ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳିପୂର୍ବକ ରକ୍ତଦାନ କରିଥିଲେ ଏବଂ ଗ୍ରୀଷ୍ମକାଳରେ ରକ୍ତକେନ୍ଦ୍ରରେ ଦେଖାଦେଇଥିବା ରକ୍ତର ଅଭାବକୁ ପୂରଣ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ। ହେଲପିଂ ସୋସାଇଟିର ସଭାପତି ହ୍ରିତିକ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ସଂଗଠନର ଉପସଭାପତି ସେକ୍‌ ନଜିମ୍‌, ଜୀବନ ସଂଗ୍ରାମ ମିଶ୍ର, ଅରୁପ ସାହୁ, ରଜତ ଘଡ଼େଇ, ସୁମିତ ରଂଜନ କର, ଦିବ୍ୟରଞ୍ଜନ ଦାସ, ଜ୍ୟୋତିପ୍ରକାଶ ରାଉତ, ସୁଧାଂଶୁ ବାରିକ, ମୌସୁମୀ ପିରି, ସୋନାଲି ଦାସ, କିରନଜ୍ୟୋତି ମଣ୍ଡଳ ଓ ଆଶିଷ ଆସ୍‌ ଶିବିର ପରିଚାଳନା କରିଥିଲେ।

'ସମ୍ବାଦ'ର ବାଲେଶ୍ବର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଓ 'ଆମ ଓଡ଼ିଶା' ସହଯୋଗୀ ଲକ୍ଷ୍ମୀଧର ବାରିକ୍‌ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରି ସମସ୍ତ ରକ୍ତଦାତା ଏବଂ ହେଲପିଂ ସୋସାଇଟି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe