ବିବାହ ପୂର୍ବରୁ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ୫ବର୍ଷ ପ୍ରେମ ସମ୍ପର୍କ ରଖିଥିଲେ ବବି

Advertisment
ବିବାହ ପୂର୍ବରୁ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ୫ବର୍ଷ ପ୍ରେମ ସମ୍ପର୍କ ରଖିଥିଲେ ବବି

ମୁମ୍ବାଇ: ଏବେ ବଲିଉଡ ଅଭିନେତା ବବି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଆନିମଲ’ର ସଫଳତାକୁ ଉପଭୋଗ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଥିବା ତାଙ୍କ ଚରିତ୍ରକୁ ଓ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି। ଏତେ ଦିନ ପରେ ସଫଳତା ମିଳିବା ପରେ ବବି କାନ୍ଦି ପକାଇଥିବାର ଭିଡିଓ କିଛି ଦିନ ତଳେ ଭାଇରାଲ ହୋଇଥିଲା। ଏବେ ତାଙ୍କର ପ୍ରେମ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିବାହ ପୂର୍ବରୁ ସେ ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କୁ ୫ବର୍ଷ ଡେଟ୍ କରୁଥିଲେ, ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଅଭନେତ୍ରୀଜଣକ ହେଲେ ନୀଲମ।

୧୯୯୫ମସିହାରେ ବବି ବଲିଉଡରେ ଡେବ୍ୟୁ କରିବା ପରେ ରାତାରାତି ଲୋକପ୍ରିୟ ହୋଇଥିଲେ। ତାଙ୍କ ଫିଲ୍ମ ଓ ଗୀତକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା। ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ନୀଲମଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ। ହେଲେ ୫ବର୍ଷର ସମ୍ପର୍କ ଭାଙ୍ଗି ବବି ତାନ୍ୟା ଦେଓଲଙ୍କୁ ବିବାହ କରିଥିଲେ। ସେ ସମୟରେ ନୀଲମଙ୍କ ସହ ସମ୍ପର୍କ ଭାଙ୍ଗିବା ପଛରେ ଅଭିନେତ୍ରୀ ପୂଜା ଭଟ୍ଟଙ୍କ ହାତ ଥିବା ନେଇ ଚର୍ଚ୍ଚା ହୋଇଥିବା ବେଳେ ପରେ ସ୍ପଷ୍ଟୀକରଣ ରଖିଥିଲେ ନୀଲମ। ସେ କହିଥିଲେ ଯେ, ବବିଙ୍କ ସହ ମୋର ପ୍ରେମ ସମ୍ପର୍କ ଥିଲା। ୫ବର୍ଷ ପରେ ଆମେ ନିଜ ଇଚ୍ଛାରେ ପରସ୍ପରଠାରୁ ଅଲଗା ହେଲୁ। କୌଣସି ତୃତୀୟ ଲୋକର ଏଥିରେ ହାତ ନଥିଲା। ଅଲଗା ହେବା ପାଇଁ ଆମେ ଦୁହେଁ ନିଷ୍ପତ୍ତି ନେଇଥିଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe