ଅପପୁଷ୍ଟିରେ ପୀଡ଼ିତ ଥିଲେ ନଜରକୁ ଆଣନ୍ତୁ: ଖାଦ୍ୟ କମିସନ

Advertisment

ଅଧ୍ୟକ୍ଷଙ୍କ ନିଯୁକ୍ତି ହେଲେ, କିନ୍ତୁ କୋରମ୍ ନାହିଁ

ଅଧ୍ୟକ୍ଷଙ୍କ ନିଯୁକ୍ତି ହେଲେ, କିନ୍ତୁ କୋରମ୍ ନାହିଁ

ଅପପୁଷ୍ଟିରେ ଶିଶୁ ମୃତ୍ୟୁ ଘଟଣା: ଜିଲ୍ଲାପାଳଙ୍କ ତାଗିଦ ପରେ ତଦନ୍ତ

the hindu

ଭୁବନେଶ୍ବର : ରାଜ୍ୟ ଖାଦ୍ୟ କମିସନ ଅଧ୍ୟକ୍ଷ ଭାବରେ ଅବନୀକାନ୍ତ ସାହୁ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ କେନ୍ଦୁଝର ଜିଲ୍ଲାର ସ୍ଥିତି ମଧ୍ୟ ସମୀକ୍ଷା କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଧ୍ୟକ୍ଷଙ୍କ ଛଡ଼ା ଅନ୍ୟ କୌଣସି ସଦସ୍ୟଙ୍କ ନିଯୁକ୍ତି ହୋଇନାହିଁ। ତେଣୁ ଏଭଳି ସ୍ଥିତିରେ ୨୦୧୯ ମସିହାରୁ ଏକପ୍ରକାର କୋମାରେ ଥିବା ଖାଦ୍ୟ କମିସନ ପ୍ରକୃତରେ ଜୀବଦାନ ପାଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଦ୍ୟ କମିସନର ସଦସ୍ୟ ସଚିବ ଭାବରେ ଜଣେ ବରିଷ୍ଠ ଓଏଏସ୍‌ ଅଧିକାରୀ ରହିଛନ୍ତି। ଏହା ଏକ ଅର୍ଦ୍ଧ ନ୍ୟାୟିକ ସଂସ୍ଥା (କ୍ବାସି ଜୁଡ଼ିସିଆଲ‌୍ ବଡି) ଭାବରେ ସରକାରଙ୍କ ସାଧାରଣ ବିତରଣ ବ୍ୟବସ୍ଥା, ସମନ୍ବିତ ଶିଶୁ ବିକାଶ ସେବା ଏବଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ବିଭିନ୍ନ ଅଭିଯୋଗ ବିଚାର କରେ।

ସୂଚନାଯୋଗ୍ୟ ଯେ ୨୦୧୯ ମସିହାରେ ଶେଷ ଥର ପାଇଁ ମଧ୍ୟାହ୍ନ ଭୋଜନ ସମ୍ପର୍କୀତ ଏକ ରାୟ ଏହି କମିସନ ପକ୍ଷରୁ ଦିଆଯାଇ ଥିଲା। ଏହାପରଠାରୁ ଆଉ କୌଣସି ମାମଲା ବିଚାରକୁ ନିଆଯାଇ ନାହିଁ। ବର୍ତ୍ତମାନ ଅଧ୍ୟକ୍ଷ ପଦବି ପୂରଣ ହୋଇଥିଲେ ମଧ୍ୟ ମାମଲା ଶୁଣାଣି ପାଇଁ କୋରମ୍‌ ଅଭାବ ଲାଗିରହିଛି। ତେବେ ନବନିଯୁକ୍ତ ଅଧ୍ୟକ୍ଷ କହିଛନ୍ତି ଯେ ଅପପୁଷ୍ଟି ନେଇ କୌଣସି ସମସ୍ୟା ଥିଲେ, ଲୋକମାନେ ଜଣାନ୍ତୁ। ୧୧ ତାରିଖରେ ଯାଜପୁର ଶିଶୁ ଅପପୁଷ୍ଟି ମୃତ୍ୟୁକୁ ନେଇ ରିପୋର୍ଟ ଖାଦ୍ୟ କମିସନ ଦାଖଲ କରିଛି ବୋଲି ସେ ଜଣାଇଛନ୍ତି। ଉକ୍ତ ଶିଶୁ ମୃତ୍ୟୁ ଅପପୁଷ୍ଟିଜନିତ ନୁହେଁ, ରୋଗ କାରଣରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ତାଙ୍କ କାର୍ଯ୍ୟକାଳ ଭିତରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଡାକ୍ତରଖାନାରେ ସରକାରଙ୍କ ଖାଦ୍ୟ ବିତରଣ ବ୍ୟବସ୍ଥାର ଜିଲ୍ଲା ଏବଂ ବ୍ଲକ୍‌ସ୍ତରରେ ସେ ସମୀକ୍ଷା କରିବେ। ରାଜଧାନୀର ବସ୍ତିମାନଙ୍କରେ ଖାଦ୍ୟ ବିତରଣ ବ୍ୟବସ୍ଥାକୁ ମଧ୍ୟ ଦେଖିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe