ଡେଲଟା - ଜଳେଶ୍ବର ରାସ୍ତାର ଡିଭାଇଡର୍‌ ଭାଙ୍ଗିଦେଲେ

ଡେଲଟା - ଜଳେଶ୍ବର ରାସ୍ତାର ଡିଭାଇଡର୍‌ ଭାଙ୍ଗିଦେଲେ

ଖଣ୍ଡଗିରି: ବର୍ଷକ ତଳେ ମରାମତି ହୋଇଥିବା ଡେଲ୍‌ଟାଠାରୁ ଜଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଡିଭାଇଡର୍‌କୁ ଆଜି ଭାଙ୍ଗି ଦିଆଯାଇଛି। ଜେସିବି ଲଗାଯାଇ ଡିଭାଇଡର୍‌କୁ ଭାଙ୍ଗି ଛିନ୍‌ଛତର୍‌ କରି ଦିଆଯାଇଛି। ଲୋକଙ୍କ ବିରୋଧ ଆଶଙ୍କାରେ ତରବରିଆ ଭାବେ ସ୍ଥାନୀୟ ପୁଲିସ୍‌ ସହାୟତାରେ ଚକାଚକ୍‌ ରାସ୍ତାର ମଝି ଓ ପାର୍ଶ୍ବ ଡିଭାଇଡ଼ରକୁ ଭାଙ୍ଗି ଅଳିଆ ଆବର୍ଜନାକୁ ଉଠାଇ ନିଆଯାଇଛି।

ପୂର୍ତ୍ତ ବିଭାଗ ଡିଭିଜନ୍-୨ ଅଧୀନରେ ଥିବା ଏହି ରାସ୍ତା ଓ ଡିଭାଇଡର୍‌କୁ କେଉଁ କାରଣରୁ ଭଙ୍ଗା ଯାଇଛି, ସେନେଇ କେହି ବି ଉତ୍ତର ଦେଉନାହାନ୍ତି। ସ୍ଥାନୀୟ କର୍ପୋରେଟର୍‌ଙ୍କୁ ବି ଜଣା ନାହିଁ। ତେବେ କାହା ସ୍ବାର୍ଥରେ ବର୍ଷକ ତଳର ରାସ୍ତା ଓ ଡିଭାଇଡର୍‌କୁ ଭଙ୍ଗା ଯାଉଛି, ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe